ସୋସିଆଲ ମିଡିଆରେ ହେବ ବଡ ପରିବର୍ତ୍ତନ ! ହାତ ମିଳାଇବେ ଫେସବୁକ ଓ ହ୍ୱାଟସଆପ । ଖୁବଶୀଘ୍ର ନୂଆ ସର୍ଟକର୍ଟ ଫିଚରର ଲାଭ ଉଠାଇବେ ବ୍ୟବହାରକାରୀ

113

ଏବେ ଯୋଗାଯୋଗର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ସେ ଫେସବୁକ ହେଉ ଅବା ହ୍ୱାଟସଆପ ଯୋଗାଯୋଗ ବା ସର୍ମ୍ପକ ସ୍ଥାପନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ଏବେ ଏହି ସୋସିଆଲ ମିଡିଆ ନେଟୱାକିଂ ସାଇଟର ପ୍ରେମରେ ପୂରା ଯୁବଗୋଷ୍ଠୀ । କିଛି କ୍ଷଣ ପାଇଁ ସୋସିଆଲ ମିଡିଆରୁ ଦୂରେଇ ଗଲେ ପାଗଳପ୍ରାୟ ହୋଇ ଯାଉଛନ୍ତି ଯୁବସମାଜ । ଏସବୁ ଭିତରେ ବିଭିନ୍ନ ନୂଆ ନୂଆ ଫିଚର ଆଣୁଥିବା ଫେସବୁକ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର ସାମ୍ନାକୁ ଆଣିବାକୁ ଯାଉଛି ।

facebookଏହି ନୂଆ ଫିଚର ଅନୁଯାୟୀ, ଫେସବୁକ ବ୍ୟବହାର କରୁଥିବା ସମୟରେ ଯଦି ଆପଣଙ୍କୁ ହ୍ୱାଟସଆପ ମେସେଜ ଆସେ ତେବେ ବିନା କୌଣସି ଦ୍ୱିଧାରେ ଏହାକୁ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ ଫେସବୁକ ଆପ ବନ୍ଦ କରିବାକୁ ପଡିବନି । ପୂର୍ବରୁ ଫେସବୁକ ଚଳାଉଥିବା ବେଳେ ଯଦି ହ୍ୱାଟସଆପ ମେସେଜ ଆସୁଥିଲା ତେବେ ପ୍ରଥମେ ଫେସବୁକ ଆପ ବନ୍ଦ କରିବା ପରେ ହିଁ ହ୍ୱାଟସଆପ ମେସେଜ ଦେଖି ହେଉଥିଲା । କିନ୍ତୁ ଏବେ ଆଉ ୟୁଜରଙ୍କୁ ସେଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିପାଇଁ ଫେସବୁକ ଏକ ନୂଆ ଫିଚର ଆଣିଛି ।

Whatsapp-Alternativeଦ ନେକ୍ସଟ ୱେବରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପରୀକ୍ଷାମୂଳକ ଭାବେ ଏକ ନୂଆ ଫିଚର ସାମ୍ନାକୁ ଆଣିଛି ଫେସବୁକ । ଏହି ଫିଚର ଦ୍ୱାରା ବ୍ୟବହାରକାରୀ ଫେସବୁକ ଚଲାଉଥିବା ବେଳେ ହ୍ୱାଟସଆପର ମେସେଜ ମଧ୍ୟ ଦେଖିପାରିବେ । ଏଥିପାଇଁ ହ୍ୱାଟସଆପର ଏକ ସର୍ଟକର୍ଟ ବଟନ ଫେସବୁକ ଆପର ସମ୍ମୁଖ ଭାଗରେ ରହିବ । ଏବଂ ଏହି ଫିଚରକୁ ପରୀକ୍ଷାମୂଳକ ଭାବେ କିଛି ଆଣ୍ଡ୍ରଏଡ ଫୋନରେ ବ୍ୟବହାର ମଧ୍ୟ କରାଯାଇଛି ।

ଏବେ ଏହି ଫିଚରକୁ ପରୀକ୍ଷାମୂଳକ ଭାବେ ଅଳ୍ପ କିଛି ଆଣ୍ଡ୍ରଏଡ ଫୋନରେ ଉପଲବ୍ଧ କରାଯାଇଛି । ଯଦି ଫେସବୁକର ଏହି ଫିଚରକୁ ବ୍ୟବହାରକାରୀ ଭଲ ରେସପନସ ଦିଅନ୍ତି ତେବେ ଏହାକୁ ଅନ୍ୟ ଦେଶରେ ମଧ୍ୟ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏହା ମଧ୍ୟ କୁହାଯାଉଛି ଯେ, ଫେସବୁକ ମାଧ୍ୟମରେ ହ୍ୱାଟସଆପ ୟୁଜରଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଏଭଳି କରାଯାଉଛି ।