କନକ ବ୍ୟୁରୋ : ହ୍ୱାଟ୍ସ ଆପ୍ ଆଣିଛି ନୂଆ ଫିଚର । ଏଣିକି ଗୋଟିଏ କ୍ଲିକରେ ଫେସବୁକରେ ସେୟାର ହୋଇପାରିବ ହ୍ୱାଟ୍ସଆପ୍ ଷ୍ଟାଟସ୍ । ହ୍ୱାଟ୍ସଆପ୍ ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଂଷ୍ଟାଣ୍ଟ ମେସେଜିଂ ଆପ୍ ଅଟେ । ଏହି ଆପ୍ ଜରିଆରେ ଲୋକେ ତାଙ୍କର ସାଙ୍ଗ ସାଥୀ ବନ୍ଧୁଙ୍କ ସହ ଯୋଡି ହୋଇ ରହିବା ସହ ଏହି ଆପ୍ ଦ୍ୱାରା ଅନେକ ଅଫିସ୍ କାମ ମଧ୍ୟ ହୋଇପାରୁଛି । ତେଣୁ ୟୁଜର୍ସଙ୍କୁ ଆଉ ଟିକେ ଭଲ ସର୍ଭିସ୍ ଦେବା ପାଇଁ ଆପ୍ ଡେଭଲପର ନୂଆ ନୂଆ ଫିଚର୍ସ ଅପଡେଟ୍ କରିଥାନ୍ତି । ସେହିପରି ହ୍ୱାଟ୍ସଆପରେ ଏପରି ଏକ ଫିଚର୍ସ ଯୋଡି ହୋଇଛି ଯାହା ସାହାଯ୍ୟରେ ହ୍ୱାଟ୍ସଆପ ଷ୍ଟେଟସକୁ ସିଧାସଳଖ ଫେସବୁକରେ ସେୟାର କରିହେବ ।
ମେଟା ହ୍ୱାଟ୍ସଆପ୍ ପ୍ଲାଟଫର୍ମକୁ ଫେସବୁକ୍ ସହ ଯୋଡିବା ଭଳି ଏକ ନୂଆ ଅପସନ୍ ଆଣିଛି । ଏହି ଫିଚର୍ସ ଇଂଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କଲାଭଳି ଅପସନ୍ ଅଟେ । ତେବେ ଆସନ୍ତୁ ଜାଣିବା ଏହା କେମିତି କାମ କରେ

Advertisment

ହ୍ୱାଟ୍ସଆପର ନୂଆ ଫିଚର୍ ବର୍ତ୍ତମାନ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଆଗକୁ ଏହି ଫିଚର୍ସକୁ ସମସ୍ତେ ବ୍ୟହହାର କରିବାର ସୁଯୋଗ ପାଇବେ । ଥରେ ଏହି ଫିଚର୍ସ ଆସିବା ପରେ ଉପଭୋକ୍ତାଙ୍କୁ ଏନାବେଲ୍ କରିବାକୁ ପଡିବ । ଏହାକୁ ଆକ୍ଟିଭେଟ୍ କରିବା ପରେ ଆପମଙ୍କୁ କିଛି ଷ୍ଟେପ୍ ଫଲୋ କରିବାକୁ ପଡିବ । ଏହା ପରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ସେୟାର କରିବାକୁ ପଡିବ । ଯେତେବେଳେ ଉପଭୋକ୍ତା ଷ୍ଟାଟସ୍ ସେୟାର କରିବେ ଆପଣଙ୍କ ପାଖକୁ ଫେସବୁକରେ ଷ୍ଟୋରୀ ପୋଷ୍ଟ କରିବା ପାଇଁ ଏକ ସେଟଅପ୍ ଅପସନ୍ ଆସିବ । ଏହାପରେ ଆପଣଙ୍କୁ ସେଟ୍ ଅଫ୍ ଉପରେ କ୍ଲିକ୍ କରିବାକୁ ପଡିବ । କ୍ଲିକ୍ କରିବା ପରେ ଆପଣ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫେସବୁକରେ ସେୟାର କରିପାରିବେ ।