ଏଣିକି ହ୍ୱାଟସଆପ ଗ୍ରୁପରେ ଆଡମିନ ହେବା ପୂର୍ବରୁ ସତର୍କ ହୋଇଯାଆନ୍ତୁ ! ନଚେତ ଯାଇପାରନ୍ତି ଜେଲ ।

44

ହ୍ୱାଟ୍ସଆପରେ ଆପତିଜନକ ମେସେଜ ଆସିବାରୁ ଗ୍ରୁପ ଆଡମିନକୁ ୫ ବର୍ଷର ଜେଲ ଦଣ୍ଡ ମିଳିଛି । ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାର ୨୧ ବର୍ଷିୟ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକଙ୍କ ଦ୍ୱାରା ପଠାଯାଇଥିବା ମେସେଜ ପାଇଁ ଜେଲ ଯାଇଛନ୍ତି । ଯୁବକ ଘର ଲୋକଙ୍କ କହିବା ଅନୁସାରେ ତାଙ୍କ ପୁଅର କୌଣସି ଭୁଲ ନାହିଁ । ଗ୍ରୁପର ଆଡମିନ ଥିବା ଅନ୍ୟ ଜଣେ ଯୁବକ ଏକ ଆପତିଜନକ ମେସେଜ କରି ଗ୍ରୁପ ଛାଡି ଦେଇଥିଲେ । ଯାହାଫଳରେ ଗ୍ରୁପରେ ତାଙ୍କ ପୁଅ ଥିବାରୁ ତାଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ରାଜଗଡର ଏକ ଗାଁରେ ବାସ କରୁଥିବା ଜଣେ ବିଏସସି ଛାତ୍ର ଜୁନେଦ ଖାନକୁ ଚଳିତ ବର୍ଷ ପେବୃଆରି ମାସ ୧୪ ତାରିଖ ଦିନ ଗିରଫ କରା ଯାଇଥିଲା । ତାଙ୍କ ବିରୁଦ୍ଧରେ ଆଇଟି ଆକ୍ଟ ସହ ଦେଶଦ୍ରୋହି ମାମଲାରେ ଅଭିଯୋଗ ଦାୟର କରାଯାଇଥିଲା । ତେବେ ଜୁନେଦ ଯେଉଁ ହ୍ୱାଟସଆପ ଗ୍ରୁପର ସଦସ୍ୟ ଥିଲା ସେଥିରେ ଆଡମିନ ଥିବା ଇମରାନ ଆପତିଜନକ ମେସେଜ ଫରୱାର୍ଡ କରିଥିଲା । ସ୍ଥାନୀୟ ଲୋକେ ଇମରାନ ତଥା ଗ୍ରୁପ ଆଡମିନ ବିରୁଦ୍ଧରେ ଥାନାରେ ଏକ ଅଭିଯୋଗ କରିଥିଲେ ।

ପୁଲିସଙ୍କ କହିବା ଅନୁସାରେ ଯାଞ୍ଚ କରିବା ସମୟରେ ଜୁନେଦ ହ୍ୱାଟ୍ସଆପ ଗ୍ରୁପର ଆଡମିନ ଥିଲେ । ଅନ୍ୟପଟେ ଜୁନେଦଙ୍କ ଘରଲୋକ କହିଛନ୍ତି ବାସ୍ତବିକ ଗ୍ରୁପ ଆଡମିନ ଗ୍ରୁପ ଛାଡିବା ପରେ ଜୁନେଦ ସେହି ଗ୍ରୁପରେ ଡିଫଲ୍ଟ ଆଡମିନ ହୋଇଯାଇଥିଲେ । ଆପତିଜନକ ମେସେଜ ଫରୱାର୍ଡ କରିବା ସମୟରେ ଜୁନେଦ ଆଡମିନ ନଥିଲେ । କିନ୍ତୁ ଜୁନେଦଙ୍କ ଉପରେ ଦେଶଦ୍ରୋହିର ଅଭିଯୋଗ ହୋଇଥିବା କାରଣରୁ ତାଙ୍କର ଜାମିନ ହୋଇପାରିନଥିଲା । ଜୁନେଦଙ୍କୁ ଜାମିନ ନମିଳିବାରୁ ସେ ତାଙ୍କର ପରୀକ୍ଷା ମଧ୍ୟ ଦେଇ ପାରିନଥିଲେ ।

ରାଜଗଡର ଏସପି ସିମାଲା ପ୍ରସାଦ ଏବଂ ମାମଲାର ଯାଞ୍ଚ କରୁଥିବା ଯୁବରାଜ ସିଂହ ଚୌହାନଙ୍କ କହିବା ଅନୁସାରେ ଜୁନେଦ ଗିରଫ ହେବା ପୂର୍ବରୁ ତାଙ୍କ ପରିବାର ଲୋକ ଡିଫଲ୍ଟ ଆଡମିନ ସମ୍ପର୍କରେ କିଛି କହିନଥିଲେ । ଏବେ ଜୁନେଦ କୋର୍ଟ ଚାଲାଣ ହୋଇଯିବା ପରେ ପରିବାର ଲୋକ ଏ ସମ୍ପର୍କରେ ପୋଲିସକୁ ଜଣାଇଛନ୍ତି । ତେଣୁ ଏବେ ଜୁନେଦଙ୍କ ପରିବାର ଲୋକଙ୍କ ପାଖରେ ଯଦି କୌଣସି ପ୍ରମାଣ ଅଛି ତେବେ ତାହା ଆଣି ପ୍ରଦାନ କଲେ ହୋଇପାରେ ପୁଅକୁ ଉଚିତ ନ୍ୟାୟ ମିଳିବ ବୋଲି ପୋଲିସ କହିଛି ।