କନକ ବ୍ୟୁରୋ : ୬ ଦିନର ବିଦେଶ ଗସ୍ତ ସାରି ଭାରତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ବିଳମ୍ବିତ ରାତି ସ୍ୱତନ୍ତ୍ର ବିମାନ ଯୋଗେ ପାଲମ ବିମାନ ବନ୍ଦରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ବିମାନ ବନ୍ଦରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଓ କିଛି ସାଂସଦ ଉପସ୍ଥିତ ଥିଲେ ।

Advertisment

ବିଜେପି ସାଂସଦ ହଂସରାଜ ହଂସ, ଗୌତମ ଗମ୍ଭୀର, ଡକ୍ଟର ହର୍ଷବର୍ଦ୍ଧନ, ମନୋଜ ତିୱାରୀ, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୬ ଦିନିଆ ଆମେରିକା ଓ ଇଜିପ୍ଟ ଶେଷ କରିଛନ୍ତି । ଆମେରିକା ଗସ୍ତରେ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ପ୍ରଥମ ମହିଳା ଜିଲ ବାଇଡେନଙ୍କ ସହ ହ୍ୱାଇଟ୍ ହାଉସରେ ରାତ୍ର ଭୋଜନ କରିଥିଲେ । ଏହାସହ ଆମେରିକା ଓ ଭାରତର ପ୍ରମୁଖ ସିଇଓଙ୍କ ସହ ସାକ୍ଷାତ କରିଥିଲେ । ଏହି ଅବସରରେ ଟେସଲାର ସିଇଓ ଏଲନ୍ ମସ୍କ ମଧ୍ୟ ଉପସ୍ଥିତ ଥିଲେ ।