ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ବେପାରୀମାନଙ୍କ ଧାନ କିଣିବା ପାଇଁ ସରକାର ଇଚ୍ଛୁକ ନୁହଁନ୍ତି

599

କନକ ବ୍ୟୁରୋ : ଆଜି ବି ଅଚଳ ବିଧାନସଭା । ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବା ଘୋଷଣା କରାଯାଇଛି ।

ଏପଟେ ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବେପାରୀ ମାନଙ୍କ ଧାନ କିଣିବା ପାଇଁ ସରକାର ଇଚ୍ଛୁକ ନୁହନ୍ତି । ଏଥିସହ ଯେଉଁମାନେ ବୈଧ ଚାଷୀ, ସେମାନଙ୍କ ଧାନ କିଣିବାକୁ ସରକାର ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି । ଏପରିକି ବିଧାୟକମାନଙ୍କ ନଜରରେ ଏଭଳି କିଛି ଘଟଣା ଥିଲେ ତାଙ୍କ ନଜରକୁ ଆଣିବା ପାଇଁ କହିଛନ୍ତି ମନ୍ତ୍ରୀ । ହେଲେ ଚାଷୀଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ କରିଛନ୍ତି ଯୋଗାଣ ମନ୍ତ୍ରୀ ।

ରାଜ୍ୟର ବକେୟା ଚାଉଳ ପଇସା ଦେବାପାଇଁ ଦିଲ୍ଲୀରେ ଦାବି କରିବାକୁ ସେ ବିଜେପି ସଦସ୍ୟ ମାନଙ୍କୁ କହିଛନ୍ତି । ବିଜେପିକୁ ବେପାରୀ ଜନତା ପାର୍ଟି କହି କଡା ଶବ୍ଦରେ ସମାଲୋଚନା କରିଛନ୍ତି ରଣେନ୍ଦ୍ର ସ୍ୱାଇଁ । ରାଜ୍ୟସରା ବର୍ମାନ ସୁଦ୍ଧା ୧୯ ହଜାର କୋଟି ଟଙ୍କାର ଧାନ କିଣି ସାରିଥିବା ସେ ସୂଚନା ଦେଇଛନ୍ତି । ତେବେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ନିଜର ଟିଆରପି ବଢାଇବାକୁ ସାନିଟାଇଜର ପିଇଥିବା ସେ କହିବା ସହ ପବିତ୍ର ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ବାଢିଛନ୍ତି ।