କେତେ ରୋଜଗାର କରନ୍ତି ମିସ ୱାର୍ଲଡ ବିଜେତା ? ପଢନ୍ତୁ ଏହି ରିପୋର୍ଟ

36

ମିସ ୱାର୍ଲଡ ମୁକୁଟ ପିନ୍ଧିବାକୁ ଅନେକ ସ୍ୱପ୍ନ ଦେଖିଥାଆନ୍ତି । ଆଉ ଏହି ଏହି ସ୍ୱପ୍ନକୁ ଯିଏ ବାସ୍ତବରେ ପରିଣତ କରାଇଥାଏ ସେ ରାତାରାତି ବନିଯାଏ ସେଲିବ୍ରିଟି । ଛୁଟେ ଶୁଭେଚ୍ଛା ଆଉ ଶୁଭେଚ୍ଛା । ଏହି ପ୍ରତିଯୋଗିତାରେ ଥରେ ମୁକୁଟ ପିନ୍ଧିଲେ ଶୁଭେଚ୍ଛା ସହ ପୁରସ୍କାରର ସୁଅ ଛୁଟିଥାଏ । ତେବେ ଆପଣ ଜାଣିଛନ୍ତି ମିସ ୱାର୍ଲଡ ଟାଇଟଲ ବିଜେତାଙ୍କ ରୋଜଗାର କେତେ ?

ଭାରତର ମନୁଷୀ ଚିଲ୍ଲର ଏବର୍ଷ ମିସ ୱାର୍ଲଡ ମୁକୁଟ ପିନ୍ଧିବାରେ ସକ୍ଷମ ହୋଇଛନ୍ତି । ଆଉ ବିଜେତା ହେବା ପରେ ସବୁଠି ମନୁଷୀଙ୍କୁ ନେଇ ଏବେ ଚର୍ଚ୍ଚା । କିନ୍ତୁ ଆପଣ ଜାଣିଛନ୍ତି ଏହି ଟାଇଟଲ ଜିତିବା ପରେ କେତେ ଟଙ୍କା ପୁରସ୍କାର ମିଳେ ? ମିସ ୱାର୍ଲଡ ମୁକୁଟ ପିନ୍ଧିବା ପାଇଁ ପ୍ରତି ବର୍ଷ ପୃଥିବୀର ବିଭିନ୍ନ କୋଣ ଅନୁକୋଣରୁ ଅନେକ ଯୁବତୀ ଚେଷ୍ଟା କରିଥାଆନ୍ତି ।

ଯିଏ ଏହି ମୁକୁଟପିନ୍ଧନ୍ତି, ତାଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା ଭାବେ ଗ୍ରହଣ କରାଯାଇଥାଏ । ତାସହ ସମ୍ପତିର ପରିମାଣ ବଢିବାରେ ଲାଗିଥାଏ । ଆମେ ଆପଣଙ୍କୁ ଜଣାଇବୁ, ଏହି ମୁକୁଟ ପିନ୍ଧିବା ପରେ ବିଶ୍ୱ ସୁନ୍ଦରୀଙ୍କୁ ପୁରସ୍କାର ସ୍ୱରୂପ କ’ଣ ମିଳିଥାଏ ।

ଏହି ପ୍ରତିଯୋଗିତାରେ ବିଜେତା ହେବା ପରେ ସବୁଠାରୁ ଗରୁତ୍ୱପୂର୍ଣ୍ଣ ଜିନିଷ ହେଉଛି କ୍ରାଉନ । ଏହି କ୍ରାଉନ ଅତ୍ୟନ୍ତ ମୂଲ୍ୟବାନ । ଏଠାରେ ହୀରା ସହ ଅନେକ ମୂଲ୍ୟବାନ ପଥର ଖଚିତ ହୋଇଥାଏ । ଆପଣ ହୁଏତ ବିଶ୍ୱାସ କରିବେ ନାହିଁ ଏହାର ମୂଲ୍ୟ ହେଉଛି ୨କୋଟିରୁ ୫କୋଟି ଭିତରେ । ଏହି ମୁକୁଟ ଛଡା ଟଙ୍କା ଆକାରରେ ପୁରସ୍କାର ମିଳିଥାଏ ।