ଗୋଟିଏ ସେକେଣ୍ଡରେ ଆପଣଙ୍କ ଆକାଉଣ୍ଟରୁ ଉଡିଯାଇପାରେ ସବୁ ଟଙ୍କା ! ଜାଣନ୍ତୁ କଣ ଏହି ସିମ୍ ସ୍ୱାଇପ ଫ୍ରଡ, ଏହି କଲ ଉପରେ କରନ୍ତୁ ନାହିଁ ଭରସା ।

39

ହ୍ୟାକର ମାନେ ଆଜିକାଲି ଲୋକଙ୍କୁ ଠକାମିରେ ପକାଇବା ପାଇଁ ସିମ ସ୍ୱାଇପ ପ୍ରଣାଳିକୁ ବ୍ୟବହାର କରୁଛନ୍ତି । ମୋବାଇଲ କିମ୍ବା ଇଣ୍ଟରନେଟରେ ଧୋକା ଏବଂ ଅନଲାଇନରେ ଲୋକମାନଙ୍କୁ ଠକାମିରେ ପକାଇବା ଭଳି ଅନେକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଅପରିଚିତ ନମ୍ବରୁ କଲ ଆସିଲେ ସାବଧାନ ରୁହନ୍ତୁ । ଖାସ କରି ସେହି ସମୟରେ ସଚେତନ ରହିବା ଦରକାର ଯେତେବେଳେ ଆପଣଙ୍କୁ କୌଣସି ଅପରିଚିତ ବ୍ୟକ୍ତି ଫୋନ ମାଧ୍ୟମରେ ଆପଣଙ୍କ ପରିଚୟ କିମ୍ବା ଆପଣଙ୍କୁ ମେସେଜ ଦ୍ୱାରା ପଠାଇଥିବା ଓପିଟି ନମ୍ବର ମାଗେ ।

ପୂର୍ବରୁ ଅନଲାଇନରେ ଫ୍ରଡ ଏବଂ ହ୍ୟାକିଂ କାରବାର ଆମେରିକାରେ ହେଉଥିଲା । କିନ୍ତୁ ଏବେ ଏହା ଭାରତରେ ଧିରେ ଧିରେ ବ୍ୟାପିବାକୁ ଲାଗିଛି । ଆମେରିକାର ଟ୍ରେଡ ଫାୟାର କମିଶନଙ୍କ କହିବା ମୁତାବକ ୨୦୧୩ରେ ସିମ ସ୍ୱାଇପ ଜରିଆରେ ୧,୦୩୮ ଟି ରୋରି ରିପୋର୍ଟ ଥାନାରେ ଦାଖଲ କରାଯାଇଥିଲା । ପରେ ୨୦୧୬ ମସିହା ବେଳକୁ ଏହା ଧିରେ ଧିରେ ବଢି ୨,୬୫୮ରେ ପହଞ୍ଚିଯାଇଥିଲା ।
ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ହାଇଦ୍ରାବାଦ ପୋଲିସଙ୍କ ପାଖକୁ ଏକ ଫୋନ ହ୍ୟାକ ହେବାର ଅଭିଯୋଗ ଆସିଥିଲା । ପୋଲିସ ପିଡିତକୁ ପଚାରିବାରୁ ଯୁବକ ଜଣକ କହିଥିଲେ, ପ୍ରଥମେ ତାଙ୍କୁ ଏକ କଲ ଆସିଥିଲା । ପରେ ହ୍ୟାକର ମୋବାଇଲରେ ଭଲ ନେଟୱର୍କ ଆସିବାର ପ୍ରଲୋଭନ ଦେଖାଇ ଯୁବକଙ୍କୁ ମୋବାଇଲରେ ୧ ଦବାଇବାକୁ କହିଥିଲେ । ଯୁବକ ମଧ୍ୟ ହ୍ୟାକର କଥା ମାନି ୧ ଦବାଇ ଦେଇଥିଲେ । ୧ ଦବାଇବାର କିଛି ସମୟ ପରେ ଯୁବକ ଦେଖିବାକୁ ପାଇଥିଲେ ତାଙ୍କ ମୋବାଇଲରୁ ସବୁ ଡାଟା ହ୍ୟାକ ହୋଇଯାଇଛି । ଯେଉଁଥିରେ ତାଙ୍କର ଆକାଉଣ୍ଟ ନମ୍ବର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଦସ୍ତାବିଜ ରହିଥିଲା । ମୋବାଇଲ ହ୍ୟାକ ହେବା କ୍ଷଣି ଯୁବକ ନିଜ ଆକାଉଣ୍ଟ ଚେକ କରିବା ପାଇଁ ଏଟିଏମରେ ପହଞ୍ଚିଥିଲେ । ସେଠାରେ ଦେଖିବାକୁ ପାଇଥିଲେ ତାଙ୍କ ଆକାଉଣ୍ଟରେ ଗୋଟିଏବି ଟଙ୍କା ନାହିଁ ।

ପୋଲିସଙ୍କ କହିବା ଅନୁସାରେ, ଏହିଭଳି ଅନେକ ଘଟଣା ସମ୍ନାକୁ ଆସୁଛି । ୟୁଜର୍ସ ମାନଙ୍କୁ ଭଲ ନେଟୱର୍କ ଏବଂ ଅନ୍ୟାନ୍ୟ ଲୋଭନିୟ ଅଫର ଦେଇ ଲୋକମାନଙ୍କ ମୋବାଇଲ ହ୍ୟାକ କରି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକରମାନେ ଲୁଟି ଚାଲିଛନ୍ତି । ତେଣୁ ଯଦି ଆପଣଙ୍କ ପାଖକୁ ଏପରି କିଛି କଲ କିମ୍ବା ମେସେଜ ଆସେ ତେବେ ଏହାଠାରୁ ଦୁରେଇ ରହିବା ସହିତ ତୁରନ୍ତ ପୋଲିସଙ୍କୁ ଖବର କରିବା ଉଚିତ ।