ଅଚାନକ ଟଙ୍କାର ଆବଶ୍ୟକତା ଥିଲେ ଏବଂ ଆକାଉଣ୍ଟରେ କମ୍ ଟଙ୍କା ଥିଲେ କେବଳ ୧୦ ମିନିଟ୍ ଭିତରେ ଏଠାରୁ ଉଠାଇପାରିବେ ଟଙ୍କା ! ଲୋନ୍ ନେବା ପାଇଁ ହନ୍ତସନ୍ତ ହେବାକୁ ପଡିବ ନାହିଁ । 

1,127

ଜଣେ ନିଜ ବ୍ୟାଙ୍କ ଆକାଉଣ୍ଟରେ ମହଜୁଦ୍ ଥିବା ଟଙ୍କା ଭିତରୁ ହିଁ ଟଙ୍କା ଉଠାଇପାରେ । କିନ୍ତୁ କିଭଳି ହେବ ଯଦି ଆପଣ ଆବଶ୍ୟକ ପଡିଲେ ବ୍ୟାଙ୍କ ଆକାଉଣ୍ଟରୁ ଅଧିକ ଟଙ୍କା ଉଠାଇପାରିବେ! ହଁ ଆଜ୍ଞା ଏଭଳି ସମ୍ଭବ କେବଳ ଓଭର୍ ଡ୍ରାଫ୍ଟ ଫେସିିଲିଟି ମାଧ୍ୟମରେ ।

କ’ଣ ଏହି ଓଭର୍ ଡ୍ରାଫ୍ଟ ଫେସିିଲିଟି ? 

ଓଭର୍ ଡ୍ରାଫ୍ଟ ଫେସିିଲିଟି ସୁବିଧା ଏକ ବହୁତ ଭଲ ଏବଂ ଲାଭଦାୟକ ପ୍ରକ୍ରିୟା । ଏହି ସୁବିଧା ମାଧ୍ୟମରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଅପେକ୍ଷା ଅଧିକ ଟଙ୍କା ୱିଥଡ୍ରଲ୍ କରିପାରିବେ । ତେବେ ଏହି ଅତିରିକ୍ତ ଟଙ୍କାକୁ ଏକ ଅବଧି ଭିତରେ ଦେବାକୁ ପଡିଥାଏ ଯାହାର ସୁଧ ମଧ୍ୟ ଦେବାକୁ ପଡିଥାଏ । ଏହି ସୁଧ ପ୍ରତିଦିନ କାଉଣ୍ଟ୍ ହୋଇଥାଏ । ଓଭର୍ ଡ୍ରାଫ୍ଟ ଫେସିିଲିଟି ଯେକୌଣସି ବ୍ୟାଙ୍କ କିମ୍ବା ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ (ଏନବିଏଫସି) ଦେଇପାରେ । ଆପଣଙ୍କୁ ମିଳୁଥିବା ଓଭର୍ ଡ୍ରାଫ୍ଟ ଲିମିଟ୍ କଣ ରହିବ ଏହା ବ୍ୟାଙ୍କର ଏନବିଏଫସି ବିଭାଗ ଚୟନ କରିବେ ।

କିଭଳି କରିବେ ଆବେଦନ ? 

କିଛି ଗ୍ରାହକଙ୍କୁ ବ୍ୟାଙ୍କ୍ (ପ୍ରିଅପ୍ରୁଭଡ୍) କିମ୍ବା ଏନବିଏଫସି ପୂର୍ବରୁ ହିଁ ଓଭର୍ ଡ୍ରାଫ୍ଟର ଫେସିିଲିଟି ସୁବିଧା ଯୋଗାଇଦିଅନ୍ତି । ଅନ୍ୟପକ୍ଷେ ଅନ୍ୟ କିଛି ସଦସ୍ୟଙ୍କୁ ଏଥିପାଇଁ ଅନ୍ୟ ଉପାୟରେ ହିଁ ମଞ୍ଜୁରୀ ନେବାକୁ ପଡିଥାଏ । ଏଥିପାଇଁ ଲିଖିତ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ରେ ଆବେଦନ କରିବାକୁ ପଡିଥାଏ । ତେବେ କିଛି ବ୍ୟାଙ୍କ୍ ଏଥିପାଇଁ ସବୁବିଧା ଯୋଗାଇବା ପାଇଁ ଫିସ୍ ମଧ୍ୟ ଆଦାୟ କରିଥାନ୍ତି ।

ଓଭର୍ ଡ୍ରାଫ୍ଟ କେତେ ପ୍ରକାର ହୋଇଥାଏ ? 

ଓଭର୍ ଡ୍ରାଫ୍ଟ ୨ ପ୍ରକାର ହୋଇଥାଏ । ୧ .ସିକ୍ୟୁଅର୍ଡ ୨ . ଅନସିକ୍ୟୁଅର୍ଡ । ପ୍ରଥମରେ ସିକ୍ୟୁରିଟିରେ କିଛି ସାମଗ୍ରୀକୁ ଜମା ରଖିବାକୁ ପଡିଥାଏ । ଆପଣ ଏଠାରେ ଏଫଡି,ଘର,ଦରମା,ଶେୟର,ଇନ୍ସୁରାନ୍ସ ପଲିସି ଆଦିରେ ଆପଣ ଓଭର୍ ଡ୍ରାଫ୍ଟ ହାସଲ କରିପାରିବେ । ଏହାକୁ ଏଫଡି ତଥା ଶେୟରରେ ଲୋନ୍ ନେବା ଭଳି କୁହାଯାଏ । ଯଦି ଆପଣଙ୍କ ପାଖରେ ଲୋନ୍ ରେ  ରଖିବା ପାଇଁ କିଛି ସାମଗ୍ରୀ ନାହିଁ ତେବେ ବି ଆପଣ ଏହି ଓଭର୍ ଡ୍ରାଫ୍ଟ ନେଇପାରିବେ । ଏହାକୁ ଅନସିକ୍ୟୁଅର୍ଡ ଡ୍ରାଫ୍ଟ କୁହାଯାଏ । ଉଦାହରଣ କ୍ରେଡିଟ୍ କାର୍ଡରୁ ୱିଦଡ୍ରଲ । ଏଥିରେ ଇଏମଆଇରେ ମଧ୍ୟ ଟଙ୍କା ଜମା କରିବାର କୌଣସି ଝନଝଟ ନାହିଁ । ଆପଣ ଅବଧି ସମୟ ମଧ୍ୟରେ କିମ୍ବା ଏହା ପୂର୍ବରୁ ମଧ୍ୟ ଟଙ୍କା ଜମା କରିପାରିବେ ।

ଜଏଣ୍ଟ ରେ ବି ନେଇପାରିବେ : ଏହାକୁ ଜଏଣ୍ଟରେ ବି ନେଇପାରିବେ ଯଦି ଜଣେ ଟଙ୍କା ଶୁଝିପାରିିବାରେ ଅସମର୍ଥ ହୁଅନ୍ତି ତେବେ ଅନ୍ୟ ଜଣେ ଏହି ଟଙ୍କାକୁ ଶୁଝିବାକୁ ବାଧ୍ୟ ।