ନ୍ୟାସନ୍ୟାଲ ହେରାଲ୍ଡ ମାମଲା କଣ? କଣ ରହିଛି ଗାନ୍ଧୀ ପରିବାରର ସମ୍ପୃକ୍ତି?

245

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡିର ସମନକୁ ନେଇ ରାଜନୀତି ଦେଶର ଚଳଚଂଚଳ ହୋଇପଡିଛି । ଆଜି ରାହୁଲ ଗାନ୍ଧୀ ଇଡିରେ ହାଜର ହୋଇଥିବା ବେଳେ କଂଗ୍ରେସ ତିବ୍ର ପ୍ରତିବାଦ କରିଛି । ତେବେ କ’ଣ ଏହି ନ୍ୟାସନାଲ ହେରାଲ ମାମଲା ଏବଂ ଏଥିରେ ଗାନ୍ଧୀ ପରିବାରର କଣ ସମ୍ପୃକ୍ତି ରହିଛି ତାକୁ ନେଇ ଆଲୋଚନା ଜୋର ଧରିିଛି ।

ନ୍ୟାସନାଲ ହେରାଲ୍ଟ ହେଉଛି ଏକ ଇଂରାଜୀ ଖବରକାଗଜ ଯାହା ୧୯୩୮ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ।୧୯୩୭ରେ ଆରମ୍ଭ ହୋଇଥିବା ଆସୋସିଏଟ୍ ଜର୍ଣ୍ଣାଲ ଲିମିଟେଡ୍(ଏଜେଲ) କମ୍ପାନୀ ନ୍ୟାସନାଲ ହେରାଲ୍ଟ ଖବରକାଗଜ ସହ ଗୋଟିଏ ହିନ୍ଦୀ ଏବଂ ଉର୍ଦ୍ଧୁରେ ମଧ୍ୟ ଖବରକାଗଜ ପ୍ରକାଶ କରୁଥିଲା । ଏଜେଲ କମ୍ପାନୀ ୫ ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ଆର୍ଥିକ ସହଯୋଗରେ ନିର୍ମାଣ କରାଯାଇଥିଲା । ନେହେରୁ ଖବରକାଗଜରେ ବ୍ରିଟିସ୍ ନିୟମକୁ ନେଇ କଡା ସମାଲୋଚନା କରିବାରୁ ବ୍ରିିଟିସ୍ ସରକାର ୧୯୪୨ରେ ଏହି ଖବରକାଗଜକୁ ବନ୍ଦ କରିଦେଇôଥଲେ । କିନ୍ତୁ ଏହାର ୩ ବର୍ଷ ପରେ ଏହା ପୁଣି ଖୋଲିଥିଲା । ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ନେହେରୁ ଖବରକାଗଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ନ୍ୟସନ୍ୟାଲ ହେରାଲ୍ଡ ଖବରକାଗଜ ଆର୍ଥିକ ସଙ୍କଟର ସମ୍ନା କରିବା ସହ ୨୦୦୮ରେ ବନ୍ଦ ହୋଇଯାଇଥିଲା । ଏବଂ ୨୦୧୬ ରେ ଏହି ସଂସ୍ଥାର ଡିଜିଟାଲ ପ୍ରକଶନ ଆରମ୍ଭ ହୋଇଥିଲା । ୨୦୧୦ରେ କମ୍ପାନୀରେ ଅଂଶୀଦାରଙ୍କ ସଂଖ୍ୟା ୫ ହଜାରରୁ ୧୦୫୦କୁ ଖସିଆସିଥିଲା । ୨୦୧୧ରେ ଏଜେଲ କମ୍ପାନୀର ସମସ୍ତ ସେୟାର ୟଙ୍ଗ୍ ଇଣ୍ଡିଆ କମ୍ପାନୀକୁ ସ୍ଥାନାନ୍ତର କରାଯାଇଥିଲା

୨୦୧୦ରେ ଏଜେଲ ସଂସ୍ଥା ବନ୍ଦ ହେବା ବେଳକୁ କମ୍ପାନୀ, କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା ୟଙ୍ଗ୍ ଇଣ୍ଡିଆ ସଂସ୍ଥାକୁ ୯୦ କୋଟିର ଋଣ ଦେଇଥିବା ଅଭିଯୋଗ ଆଣିଥିଲେ ଶ୍ରୀ ସ୍ୱାମୀ । ପରେ ଏହି ୟଙ୍ଗ ଇଣ୍ଡିଆ କମ୍ପାନୀରେ ମିଶିଯାଇଥିଲଶ ଏଜେଲ । ୟଙ୍ଗ ଇଣ୍ଡିଆ କମ୍ପାନୀର ୩୮ ପ୍ରତିଶତ ଅଂଶ ଅବା ସେୟାର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଅଛି । ଏଥିସହ ୨୪ ପ୍ରତିଶତ ସେୟାର କଂଗ୍ରେସ ନେତା ମୋତିଲାଲ ଭୋରା ଏବଂ ଅନ୍ୟମାନଙ୍କର ଅଛି, ଯେଉଁମାନଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି । ହେଲେ ୟଙ୍ଗ୍ ଇଣ୍ଡଆ ହେଉଛି ଅଣ ବ୍ୟବସାୟୀକ ସଂସ୍ଥା, ବିଜେପି ତଦନ୍ତକାରୀ ସଂସ୍ଥାକୁ ବିନିଯୋଗ କରି କଂଗ୍ରେସ ନେତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଇଡିର ତଦନ୍ତ ଏବଂ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ରହିଛି ।