କନକ ବ୍ୟୁରୋ : ବର୍ତମାନ ସମସ୍ତଙ୍କ ନଜରରେ ଥିବା ଜି-୨୦ ସଙ୍ଗଠନର ଆରମ୍ଭ ୨୦୦୮ ରେ ହୋଇଥିଲା । ଏହାର ପୁର୍ତି କୁ ପ୍ରାୟ ୧୪ ବର୍ଷ ହେବାକୁ ଥିବା ବେଳେ ଏହାର ଅଠରତମ ସମ୍ମୀଳନୀ ରାଜଧାନୀ ଦିଲ୍ଲୀରେ ହେବାକୁ ଯାଉଛି । ଏହାର ପ୍ରଥମ ସମ୍ମିଳନୀ ନଭେମ୍ଭର ୧୫ କୁ ଆମେରିକାର ଓାସିଂଟନ୍ ସହରରେ ହୋଇଥିବା ବେଳେ ୨୦୦୯ ମସିହା ଅପ୍ରେଲ ମାସ ୨ ତାରିଖରେ ଏହାର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

Advertisment

ଚଳିତ ବର୍ଷ ଜି-୨୦ର ବୈଠକ ଦିଲ୍ଲୀରେ ସେପ୍ଟମ୍ବର ୮ ରୁ ୧୦ ଭିତରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟ ବର୍ଷେ ହେଲାଣି ଏହି ଜି-୨୦ର ଭବ୍ୟ ସମ୍ମିଳନୀ ପାଇଁ ଭାରତ ତରଫରୁ ଆୟୋଜନ ଚାଲିଥିଲା । ୨୦୦୮ ରେ ଅବସ୍ଥାପିତ ଏହି ସଙ୍ଗଠନର ପ୍ରଥମ ମିଟିଂ ଆମେରିକା ସହରରେ ହୋଇଥିଲା ଏହା ପୁର୍ବରୁ ୧୭ ଥର ସଫଳତାର ସହ ଏହାର ବୈଠକ ଅନୁଷ୍ଠିତ ହୋଇସାରିଛି ।

ହେଲେ ସୂଚନା ଅନୁଯାୟୀ ଭାରତରେ ହେବାକୁ ଯାଉଥିବା ଏହି ଜି-୨୦ର ବୈଠକରେ ଏଥର ନା ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆସିବେ ନା ରୂଷିଆ ରାଷ୍ଟ୍ରପତି ଭ୍ଳାଦିମୀର ପୁଟିନ । ଏଣୁକରି ଉଭୟ ରାଷ୍ଟ୍ର ନିଜ ନିଜର ପ୍ରଧାନମନ୍ତ୍ରୀଙ୍କୁ ପଠାଉଛନ୍ତି । ହେଲେ ଜି-୨୦ ସୃଷ୍ଟି ହେବାର କାରଣ କଣ? ଏହା କାମ କ’ଣ ଜାଣିଛନ୍ତି କି?

ଜି-୨୦ର ଗଠନ
ପ୍ରଥମେ ଏହା ଜି-୮ ଥିଲା କ୍ରମଶଃ ବିସ୍ତାର ଘଟି ଏହା ଜି-୨୦ର ରୂପ ନେଲା । ପ୍ରାଥମିକ ଭାବେ କାନାଡ଼ା, ବ୍ରିଟେନ୍, ଜାପାନ୍, ଫ୍ରାନ୍ସ୍, ଜର୍ମାନୀ, ଇଟାଲୀ,ଆମେରିକା ଏ ସବୁ କୁ ନେଇ ଜିି-୭ ଗଠିତ ହୋଇଥିଲା ଏହା ପରେ ରୂଷ୍ ୧୯୯୮ରେ ଏଥିରେ ସାମିଲ ହୋଇଥିଲା । ଏଣୁକରି ଜି-୭ ସେଇଥର ଜି-୮ ରେ ପରିଣତ ହୋଇଥିଲା ।

ତାପରେ ଦେଖାଗଲା କି ଅନେକ ଏସୀୟ ରାଷ୍ଟ୍ର ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି, ଏଣୁକରି ଜର୍ମାନୀର ବର୍ଲିନ୍ ସହରରେ ହୋଇଥିବା ସମ୍ମିଳନୀରେ ଜି-୨୦ ଗଠନର କଳ୍ପନା କରାଗଲା । ୨୦୦୭ରେ ବିଶ୍ୱ ଅର୍ଥନିତିରେ ଦେଖା ଦେଇଥିବା ଝଡ ପରେ ଜି-୨୦ ଅନୁଷ୍ଠାନକୁ ରାଷ୍ଟ୍ର ମୁଖ୍ୟ ମାନଙ୍କ ସ୍ତରକୁ ନିଆଗଲା । ଦେଶର ଜଳବାୟୁ ପରିବର୍ତନ, ଅର୍ଥ ବ୍ୟବସ୍ଥା, ତଥା ପୁ୍ନ୍ଜି ନିବେଶ ଆଦି ଉପରେ ଆଲୋଚନା କରିବା ଜି-୨୦ ଶିଖର ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପୃଥିବୀର ସମଗ୍ର ଜି.ଡି.ପିର ପ୍ରାୟ ୮୫ ଶତକଡା ଏହି ଜି-୨୦ ଦେଶମାନଙ୍କ ହାତରେ ରହିଥିବା ବେଳେ ଉତ୍ପାଦନ କ୍ଷେତ୍୍ରରେ ପ୍ରାୟ ୮୦ ପ୍ରତିଶତ ଓ ଅନ୍ତରାଷ୍ଟ୍ରୀୟ ବ୍ୟାପାର କ୍ଷେତ୍ରରେ ପ୍ରାୟ ୭୫ପ୍ରତିଶତ ଭାଗିଦାରୀ ଏହି ଦେଶମାନଙ୍କର ରହିଛି ।

ତେବେ ଜାଣି ରଖନ୍ତୁ ଯେ ଜି-୨୦ର ବୈଠକ ସବୁ ବର୍ଷ ହୁଏ ନାହିଁ । ଏହାର ତୃତୀୟଟି ଆମେରିକାର ପିଟର୍ସବର୍ଗରେ, ଚତୁର୍ଥଟି କାନାଡା ଟୋରଣ୍ଟୋରେ ଏବଂ ୫ମ ବୈଠକ ଦକ୍ଷିଣ କୋରିଆର ସେଓଲରେ ହୋଇଥିଲା । ଏହା ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସମ୍ମିଳନୀ ଫ୍ରାନ୍ସ, ମେକସିକୋ ତଥା ରୂଷରେ ହୋଇଥିଲା ।

ପୁଣି ଏହାର ନବମତମ ପିଟସବର୍ଗ, ଦଶମ ତୁର୍କୀରେ ଓ ଏଗାରତମ ବୈଠକ ୨୦୧୬ରେ ଚୀନରେ ଅନୁଷ୍ଠିତ ହେଇଥିଲା । ଏହା ପରେ ଜି-୨୦ରେ ଦ୍ୱାଦଶତମ ସମ୍ମିଳନୀ ଜର୍ମାନୀର ହେମବର୍ଗ, ତ୍ରୟୋଦଶ ସମ୍ମିଳନୀ ଆର୍ଜେଣ୍ଟିନା ଓ ଚର୍ତ୍ତୁଦଶ ବୈଠକ ଜାପାନର ଓସାକା ୃ ସହରରେ ହୋଇଥିଲା ।

ଏହାର ପଂଚଦଶ ସମ୍ମିଳନୀ ସମୟରେ ୨୦୨୦ ବେଳକୁ କୋରୋନା ଆରମ୍ଭ ହୋଇଯାଇଥିଲା ତେଣୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିଲା । ଏହା ପରେ ୨୦୨୧ ରେ ଏହାର ୧୬ତମ ବୈଠକ ଇଟାଲିର ରୋମ୍ ସହରରେ ଓ ୧୭ତମ ସମ୍ମିଳନୀ ୨୦୨୨ ଇଣ୍ଡୋନେସିଆରେ ହୋଇଥିଲା । ତେବେ ଚଳିତ ବର୍ଷ ଭାରତରେ ଏହି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଆଗାମୀ ବର୍ଷ ୧୯ତମ ବୈଠକଂ ବ୍ରାଜିଲରେ ହୋଇପାରେ ବୋଲି ଆକଳନ କରାଯାଉଛି ।

 ଜି-୨୦ର କ୍ଷମତା ଓ କାର୍ଯ୍ୟ
ଶକ୍ତି ଦେଖିବାକୁ ଗଲେ ଜି-୨୦ର ନିୟମାବଳୀ ତଥା ପଦକ୍ଷେପ ମାନିବା ପାଇଁ କୌଣସି ରାଷ୍ଟ୍ର ଆଇନଗତ ଭାବେ ବାଧ୍ୟ ନୁହେଁ । ଜି-୨୦ର ମୁଖ୍ୟ କାମ ଦେଖିବାକୁ ଗଲେ ସଦସ୍ୟ ରାଷ୍ଟ୍ର ମାନଙ୍କର ଅର୍ଥନୈତିକ ବ୍ୟବସ୍ଥାକୁ ମଜବୁତ କରିବା ଓ ଅର୍ଥନୈ÷ତିକ ବିକାଶ ଅଭିମୁଖେ କାର୍ଯ୍ୟ କରିବା ଉପରେ ରହିଥାଏ । ଏହାବ୍ୟତୀତ ଶିକ୍ଷା, ରୋଜଗାର, ଖାଦ୍ୟର ଦର ଦାମ ନିୟନ୍ତ୍ରଣ କରିବା ଏସବୁ ଉପରେ ଜି-୨୦ ଚର୍ଚ୍ଚା କରିଥାଏ । ହେଲେ ଏହାର କୈାଣସି ନିର୍ଦ୍ଧିଷ୍ଟ କାର୍ଯ୍ୟାଳୟ ନଥିବା ବେଳେ ସବୁ ସମ୍ମିଳନୀର ସ୍ଥାନ ସଦସ୍ୟ ରାଷ୍ଟ୍ର ମାନଙ୍କ ସହମତି କ୍ରମେ ଆୟୋଜନ କରାଯାଇଥାଏ ।