ପିଲାଙ୍କୁ କରୋନା ହେଲେ କଣ ଦେଖାଯିବ ଲକ୍ଷଣ? ପ୍ରଥମ ଥର ପାଇଁ ସରକାର ଦେଲେ ତଥ୍ୟ । ବାନ୍ତି, ପତଳା ଝାଡା ହେବା ସହ ଲାଲ ପଡିପାରେ ଆଖି ।

3,886

          ତାରିଖ             ସଂକ୍ରମଣ

  • ୧୭ ଅଗଷ୍ଟ        ୧୩୮
  • ୧୬ ଅଗଷ୍ଟ         ୯୬
  • ୧୫ ଅଗଷ୍ଟ        ୧୦୪
  • ୧୪ ଅଗଷ୍ଟ        ୧୩୮

ଗତ ଚାରି ଦିନ ହେଲା ରାଜ୍ୟରେ ଛୋଟ ପିଲାଙ୍କ ସଂକ୍ରମଣ ଉପର ମୁହାଁ ରହିଛି । ଚାରି ଦିନରେ ମୋଟ ୪୭୬ ଜଣ ଛୋଟ ପିଲା କରୋନା ସଂକ୍ରମିତ ହେଲେଣି । ଆଗକୁ ଏହି ସଂକ୍ରମଣ ବଢିପାରେ ବୋଲି ଆକଳନ କରି ପ୍ରସ୍ତୁତ ହେଉଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

କରୋନା ହେଲେ କଣ ରହିବ ଛୋଟ ପିଲାଙ୍କ ଲକ୍ଷଣ ?

କେମିତି କରିବେ ଚିକିତ୍ସା ?

ଶିଶୁ ବିଶେଷଜ୍ଞ ତଥା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, କରୋନାରୁ ରକ୍ଷା ପାଇଁ ଅଭିଭାବକ ପିଲାଙ୍କୁ ସଂକ୍ରମଣଠୁଁ ଦୂରେଇ ରଖନ୍ତୁ । ବୟସ୍କ ଓ ଯୁବକଙ୍କ ଅପେକ୍ଷା ଛୋଟ ପିଲାଙ୍କର ଭିନ୍ନ ଲକ୍ଷଣ ରହୁଛି…

  • ପିଲାଙ୍କୁ ବାନ୍ତି, ପତଳା ଝାଡା ହେବା, ଜ୍ୱର ରହିବା, କାଶ ଛିଙ୍କ ହେବା, ନାକରୁ ପାଣି ବାହାରିବା, ତଂଟି ଦଋକ୍ସ ହେବା, ଆଖି ଲାଲ ପଡିବା.ଦେହରେ ନାଲି ରଙ୍ଗ ପଡିବା
  • ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଭଳି ଏଭଳି ଲକ୍ଷଣ ରହିବ

କେମିତି କରିବେ ଚିକିତ୍ସା?

  • ଗୁରୁତର ସଂକ୍ରମିତ ହୋଇନଥିବା ଛୋଟ ପିଲାଙ୍କୁ ଘରୋଇ ସଂଗରୋଧରେ ରହିପାରିବେ
  • ପାଞ୍ଚ ବର୍ଷର ତଳ ପିଲାଙ୍କୁ ମାସ୍କ ଦରକାର ନାହିଁ
  • ଛୋଟ ପିଲାଙ୍କ ପରିଛନ୍ନତା ଉପରେ ଧ୍ୟାନ ଦେବା
  • ଶିଶୁ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବା
  • ସେମାନଙ୍କୁ ପାରାସିଟାମଲ, ଲିଭୋ ସେଟ୍ରିଜିନ ଦେଇ ପାରିବେ
  • ଗୁରୁତର ଶିଶୁଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରିବା
  • ମାଆକୁ କରୋନା ହେଲେବି ଛୋଟ ପିଲା ମା କ୍ଷୀର ଖାଇ ପାରିବେ
  • ଛୋଟ ପିଲା କରୋନା ସଂକ୍ରମିତ ହେଲେବି ତାଙ୍କଠାରେ ସିଭିଅରିଟି କମ ରହୁଛି ଏବଂ ଅନେକଙ୍କ କ୍ଷେତ୍ରରେ ସ୍ୱଳ୍ପ ଲକ୍ଷଣ ଦେଖାଦେଉଛି । ତେଣୁ ହସ୍ପିଟାଲାଇଜ ଓ ଆଇସିୟୁ ସଂଖ୍ୟା କମ ରହୁଛି…