ଦକ୍ଷିଣ ଓଡିଶାପରେ ପଶ୍ଚିମ ଓଡିଶାର ୧୦ ଜିଲ୍ଲାପରିଷଦ ଜୋନର ୨୭୨ଜଣ ସଭାପତିଙ୍କ ନାମ ଘୋଷଣା କଲା ଓଡିଶା ପିସିସି

75

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜନୈତିକ ଦଳ ନିଜନିଜର ଋଣନୀତି ପ୍ରସ୍ତୁତ କରିଛନ୍ତି । କିପରି ଭାବରେ ଲୋକମାନେ ଦଳରେ ଯୋଗଦାନ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ଯେଉଁଥିରେ ଆଗାମୀ ନିର୍ବାଚନରେ ଦଳୀୟ ଭୋଟ ବଢିବ । ତେବେ କଂଗ୍ରେସ ମଧ୍ୟ ନିର୍ବାଚନୀ କାମ ଆରମ୍ଭ କରିଦେଲାଣି । ପୂର୍ବରୁ ଦକ୍ଷିଣାଞ୍ଚଳ କେତେକ ଜିଲ୍ଲାପରିଷଦ ଜୋନର ସଭାପତିଙ୍କ ନାମ ଘୋଷଣା କରିବା ପରେ ପୁଣିଥରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ଜିଲ୍ଲାପରିଷଦ ଜୋନସ୍ତରୀୟ ୨୭୨ଜଣ ସଭାପତିଙ୍କ ନାମ ଘୋଷଣା କରିଥିବା ସୂଚନା ମିଳିଛି । ତେବେ ଏହି ତାଲିକାକୁ ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଅନୁମୋଦନ କରିଛନ୍ତି । ତେବେ ଏହି ନାମ ଗୁଡିକ ପିସିସି ସଭାପତି ନିରଜଂନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ମୋହର ମାରିଥିବା ଜଣାପଡିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର ଓ ସମ୍ବଲପୁର ଆଦି ୧୦ଟି ଜିଲ୍ଲାର ଏହି ନୂଆ ସଭାପତିମାନଙ୍କ ନାମ ପ୍ରକାଶ ପାଇଛି। ସାରା ରାଜ୍ୟରେ କଂଗ୍ରେସ ପୁରା ଦମରେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । କେବଳ ଏହି ତାଲିକା ନୁହେଁ ବରଂ ଆସନ୍ତା କିଛି ଦିନ ମଧ୍ୟରେ ଅନେକ ବିଧାୟକଙ୍କ ତାଲିକା ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।