ଝାଡଖଣ୍ଡରେ ସଫ୍ଟୱେର ଇଞ୍ଜିନିୟରଙ୍କ ସହ ଗଣଦୁଷ୍କର୍ମ। ତଦନ୍ତ ଆରମ୍ଭ କଲା ପୋଲିସ …

156

କନକ ବ୍ୟୁରୋ: ଝାଡଖଣ୍ଡରେ ପୁଣିଥିରେ ବର୍ବରତାର ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ୧୦ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇଁବାସା ବିମାନ ବନ୍ଦର ନିକଟରେ ଏହି ଘଟଣା ଘଟିଛି । ଗୁରୁବାର ସନ୍ଧ୍ୟାରେ ଜଣେ ସଫ୍ଟୱେର ଇଞ୍ଜିନିୟର ଯୁବତୀଙ୍କୁ କଥିତ ଭାବେ ଦଶ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ଏନେଇ ଆରକ୍ଷୀ ଅଧିକ୍ଷକ ଆଶୁତୋଷ ଶେଖର କହିଛନ୍ତି ଗଣଦୁଷ୍କର୍ମର ଶିକାର ପୀଡିତା ଏନେଇ ମାମଲା ରୁଜୁ କରିଛନ୍ତି । ବର୍ତ୍ତମାନ ତାଙ୍କର ଡାକ୍ତରୀମାଇନା ଶେଷ ହୋଇଛି । ରିପୋର୍ଟ ପଜିଟିଭ ଆସିବା ପରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ତାର ଉଦ୍ୟମ ଆରମ୍ଭ କରିଛି । ନିଜ ସାଙ୍ଗମାନଙ୍କ ସହ ଥିବା ବେଳେ ଯୁବତୀଙ୍କ ସହ ଏହିଭଳି ଘଟଣା ଘଟିଛି ।