ବିରାଟ ବ୍ରିଗେଡ୍ ସହ ଟକ୍କର ପାଇଁ ଦିନିକିଆ ଦଳ ଘୋଷଣା କଲା ୱେଷ୍ଟଇଣ୍ଡିଜ୍ । ମଇଦାନକୁ ଓହ୍ଲାଇବେ କ୍ରିସ୍ ଗେଲଙ୍କ ସମେତ ଏହି ଖେଳାଳୀ ।

300

କନକ ବ୍ୟୁରୋ : ୨୦୧୯ ବିଶ୍ୱକପ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ୍ ଖେଳିବ ଭାରତ । ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଥିବା ବେଳେ ଆଜି ଦିନିକିଆ ସିରିଜ୍ ପାଇଁ ଦଳଘୋଷଣା କରିଛି ୱେଷ୍ଟଇଣ୍ଡିଜ । ତେବେ ବିଶ୍ୱକପ ପରେ କ୍ରିକେଟରୁ ସନ୍ୟାସ ନେବା ନେଇ କହିଥିଲେ ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ । କିନ୍ତୁ ଟୁର୍ଣ୍ଣମେଣ୍ଟ ସମୟରେ ସେ ନିଜ ମନ ପରିବର୍ତ୍ତନ କରିଛନ୍ତି । ଏବଂ ଆଗାମୀ ଭାରତ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଗେଲଙ୍କୁ ଦଳରେ ସାମିଲ କରିଛି ୱେଷ୍ଟଇଣ୍ଡିଜ ।

ଦିନିକିଆ କ୍ରିକେଟରେ ଗେଲ୍ ମୋଟ୍ ୧୦,୩୯୩ ରନ୍ ସଂଗ୍ରହ କରିଛନ୍ତି । ଏବଂ ସବୁଠାରୁ ବଡ କଥା ହେଉଛି, ବ୍ରାୟନ୍ ଲାରାଙ୍କ ବ୍ୟକ୍ତିଗତ ରନ୍ ସ୍କୋରକୁ ଅତିକ୍ରମ କରିବାକୁ ଆଉ ମାତ୍ର ୧୩ ରନ୍ ପଛରେ ରହିଛନ୍ତି ଗେଲ୍ । ଦିନିକିଆ କ୍ରିକେଟରେ ଲାରା ୧୦,୪୦୫ ରନ୍ ସଂଗ୍ରହ କରିଥିଲେ ।

ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ : ଜେସନ ହୋଲ୍ଡର (ଅଧିନାୟକ), ଜନ୍ କେମ୍ପବଲ୍, ଇଭିନ୍ ଲୁଇସ୍, ସିମରନ୍ ହେଟମେୟର, ନିକୋଲସ ପୁରନ, ରାଷ୍ଟନ୍ ଚେସ, କ୍ରିସ୍ ଗେଲ୍, ଫୈବିୟନ ଏଲନ, କାର୍ଲୋସ ବ୍ରେଥୱେଟ୍, କିମୋ ପଲ୍, ଶେଲ୍ଡର କାଟରେଲ୍, ଓଶନ ଥାମସ, ଶାଇ ହୋପ୍ ଏବଂ କେମାର ରୋଚ୍ ।

Comments are closed.