ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି, ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଲେ ଦୁର୍ନୀତି ଆଦୌ କରାଯିବନି ବରଦାସ୍ତା, ସାମ୍ନାକୁ ଆସୁ ସତ…

273

କନକ ବ୍ୟୁରୋ: ପଶ୍ଚିମବଙ୍ଗ  ଶିକ୍ଷକ  ଦୁର୍ନୀତି ମାମଲାରେ ମନ୍ତ୍ରୀ ପାର୍ଥ ଚାର୍ଟାଜୀ ଗିରଫ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୂଖାର୍ଜୀ ମଧ୍ୟ ଏବେ ଇଡି କବଜାରେ । ପାର୍ଥଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପ୍ରଥମ ଦିନର ପ୍ରବର୍ତନ ନିର୍ଦ୍ଦେଶାଳୟ ଜେରାରେ ଅନେକ ଚାଂଚଲ୍ୟକର ଖୁଲ୍ଲାସା ହେବାରେ ଲାଗିଛି ।

• ପଶ୍ଚିମବଙ୍ଗରେ ରହିଛି ଅନେକ ଆଲିଶାନ ବଙ୍ଗଳା

• ଡାଇମଣ୍ଡ ସିଟିରେ ୩ଟି ବଙ୍ଗଳା ରହିଛି

• ସବୁ ବଙ୍ଗଳାରେ ହେଉଛି ସମ୍ପୂର୍ଣ୍ଣ ଏୟାର କଣ୍ଡିସନର

• ପୋଷା କୁକୁର ପାଇଁ ରହିଛି ସ୍ୱତନ୍ତ୍ର ବଙ୍ଗଳା

• ଏୟାର କଣ୍ଡିସନର ବଙ୍ଗଳାରେ ରହୁଛି ପୋଷା କୁୁକୁର

• ମନ୍ତ୍ରୀଙ୍କ ପାଖରେ ରହିଛି ୧୦୦କୋଟିର ଅଧିକ କୁବେର ସମ୍ପତି

କେବଳ ବଙ୍ଗଳା କି କି କୋଟି କୋଟି ଟଙ୍କା ନୁହେଁ ମନ୍ତ୍ରୀଙ୍କ କୁବେର ସମ୍ପତି ଭିତରେ ରହିଛି ଅଗଣତି ସୁନା ରୂପା ହୀରା ଓ ବହୁ ମୂଲ୍ୟ ଅଳଙ୍କାର ସମେତ ଫ୍ଲଟ୍ । କେବଳ ମନ୍ତ୍ରୀଙ୍କ ନିକଟରେ ସମ୍ପତିର ଲମ୍ବା ତାଲିକା ରହିନି । ତାଙ୍କର ଘନିଷ୍ଠ ବାନ୍ଧବୀ ଅର୍ପିତାଙ୍କ ପାଖରେ ମଧ୍ୟ ରହିଛି କୁବେର ସମ୍ପତି । ଟ୍ରକ ଟ୍ରକ ଟଙ୍କାକୁ ଇଡି ଓ ଆଇଟି ଅଧିକାରୀ ଦେଖି ତାଜୁବ ହୋଇଥିଲେ । ସେପେଟ ଟିଣ ଭର୍ତି କୋଟି କୋଟି ଟଙ୍କା ଜବତ ହେବା ରେ ଆହୁରି ଅନେକ ଖୁଲ୍ଲାସା ଜେରା ସମୟରେ ଜାଣିବାକୁ ମିଳିଛି ।

• ଅର୍ପିତାଙ୍କୁ ପାର୍ଥ ବଙ୍ଗଳା ଉପହାର ଦେଇଛନ୍ତି

• ନାୟିକାଙ୍କ ଘରୁ ୨୦କୋଟି ନଗଦ ଟଙ୍କା ଜବତ ହୋଇଛି

• ୧କୋଟି ଟଙ୍କାର ବହୁମୂଲ୍ୟ ଅଳଙ୍କାର ଜବତ ହୋଇଛି

• ୭୫ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ମିଳିଛି

• ଶାନ୍ତି ନିକେତନରେ ରହିଛି ପାର୍ଥ ଓ ଅର୍ପିତାଙ୍କ ୭ଟି ଆପାର୍ଟମେଣ୍ଟ

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ୨୩ ତାରିଖରେ ମନ୍ତ୍ରୀ ପାର୍ଥଙ୍କ କିଛି ଠିକଣା ଉପରେ ଚଢାଉ କରିଥିଲା । ୨୬ ଘଂଟାର ଜେରା ପରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ଇଡି । ଅର୍ପିତା ମୂଖାର୍ଜୀଙ୍କୁ କିଛି ଘଣ୍ଟାର ଜେରା ପରେ ଶନିବାର ନାୟିକାଙ୍କୁ ଗିରଫ କରିଥିଲା ଇଡି । ସେପଟେ ଅସୁସ୍ଥତା ଅନୁଭବ କରିବା ପରେ ପାର୍ଥଙ୍କୁ ପ୍ରଥମ କୋଲକାତାର ଏକ ଘରୋଇ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଛି ।