ବୟାନ ନେଇ ବିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆରଏସଏସକୁ ପ୍ରଶଂସା ମମତା ବାନାର୍ଜୀଙ୍କୁ ପଡୁଛି ଭାରି।

282

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ଏକ ବୟାନକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଦୁୁଇ ଦିନ ପୂର୍ବରୁ ଆରଏସଏସକୁ ନେଇ ମମତା ଦେଇଥିଲେ ଏକ ବଡ ବୟାନ । ସେ କହିଥିଲେ ଆରଏସଏସ ସଂଘର ସମସ୍ତ ସଦସ୍ୟ ଖରାପ ନୁହଁନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ ସମର୍ଥନ କରନ୍ତି ନାହିଁ । ମମତାଙ୍କ ଏହି ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏଆଇଏମଏମ ମୁଖ୍ୟ ଅସଉଦ୍ଧିନ ୱେବେସୀ କହିଛନ୍ତି ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକଥର ସଂଘର ପ୍ରଂଶସା କରିସାରିଛନ୍ତି ମମତା । ଏପରିକି ଗୁଜରାଟ ଦଙ୍ଗା ସମୟରେ ମମତା ବିଜେପି ସରକାରଙ୍କ ସମର୍ଥନରେ ବାହାରିଥିଲେ । ସେପଟେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ କହିଛନ୍ତି ବାମ ସରକାରଙ୍କ ପତନ ପାଇଁ ମମତା ବିଜେପିର ସମର୍ଥନ ମାଗିଥିଲେ । ସିପିଆଇଏ କହିଛି ମମତା ଜଣେ ସୁବିଧାବାଦୀ ନେତ୍ରୀ । ଆରଏସଏସର ଦୁର୍ଗା ହେଉଛନ୍ତି ମମତା । ଆରଏସଏସ ସମର୍ଥନରେ ମମତାଙ୍କ ବୟାନକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମମତାଙ୍କ ଉପରେ ବର୍ଷିବା ସହ ରଙ୍ଗ ବଦଳାଉଥିବା ନେତ୍ରୀର ଆଖ୍ୟା ଦେଇଛନ୍ତି ।