କଟକ, ଭୁବନେଶ୍ୱର ଓ ପୁରୀ ସହରରେ ଜାରି ରହିଲା ସପ୍ତାହାନ୍ତ ସଟଡାଉନ । ତିନି ସହର ପାଇଁ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି।

241
  • ଚିନ୍ତା ବଢ଼ାଉଛି କଟକ, ପୁରୀ, ଭୁବନେଶ୍ୱର
  • ତିନି ସହରରେ ଶନିବାର, ରବିବାର ସଟଡାଉନ

କଟକ, ଭୁବନେଶ୍ୱର ଓ ପୁରୀରେ କରୋନା ସ୍ଥିତିକୁ ଦେଖି କିଛି କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହି ତିନି ସହରରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ମଲ, ହଲ, ହୋଟେଲ, ଢ଼ାବା ଆଦି ଯିବାକୁ ହେଲେ ପ୍ରାପ୍ତ ବୟସ୍କଙ୍କୁ ଦୁଇ ଡୋଜ୍ ଟିକା ଦେଇଥିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସରକାର । ଅଗଷ୍ଟ ଗାଇଡଲାଇନରେ କଟକ, ଭୁବନେଶ୍ୱର ଓ ପୁରୀରେ ଅଧିକ କଟକଣା ରଖିଛନ୍ତି ରାଜ୍ୟ ସରକାର । ତେବେ ନଜର ପକାନ୍ତୁ , କେଉଁ କେଉଁ କଟକଣା ରହିବ ଏହି ତିନି ସହରରେ…

  • କଟକ, ପୁରୀ, ଭୁବନେଶ୍ୱରରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ
  • ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଶନିବାର ଓ ରବିବାର ସବୁକିଛି ବନ୍ଦ ରହିବ
  • ମଲ ଓ ସିନେମା ହଲରେ ପ୍ରବେଶ ପାଇଁ ପ୍ରାପ୍ତବୟସ୍କ ବ୍ୟକ୍ତି ଦୁଇ ଡୋଜ୍ କୋଭିଡ ଟିକା ନେଇଥିବା ଜରୁରୀ
  • ଟିକାକରଣ ପ୍ରମାଣପତ୍ର ଦେଖାଇଲେ ପ୍ରବେଶ ପାଇଁ ଅନୁମତି ମିଳିବ
  • ହୋଟେଲ, ରେଷ୍ଟୁରାଣ୍ଟ, ବାର, ଢାବାକୁ ଯିବାକୁ ହେଲେ ଚୂଡ଼ାନ୍ତ ଟିକାକରଣ ପ୍ରମାଣ ପତ୍ର ଜରୁରୀ

କଟକ, ପୁରୀ, ଭୁବନେଶ୍ୱରରେ ଅଧିକ କଟକଣାର କାରଣ ହେଉଛି, ଏଠାରେ ସଂକ୍ରମଣ ହାର ଅଧିକ ରହିଛି । ଏହି ସ୍ଥାନକୁ ବାହାର ଅଞ୍ଚଳରୁ ଅଧିକ ଲୋକେ ଯିବା ଆସିବା କରୁଛନ୍ତି । ସକ୍ରିୟ ସଂକ୍ରମଣରେ ଏବେ ବି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି । ଏହି ତିନି ସହରରେ ସଂକ୍ରମଣ ହାର ମଧ୍ୟ ଅଧିକ ରହୁଛି । ତେଣୁ ସରକାର ଏହି ୩ ସହର ପ୍ରତି ଅଧିକ ଦୃଷ୍ଟି ଦେଇଛନ୍ତି ।