ଭାରତରେ କୋଟି କୋଟି ଲୋକ ହ୍ୱାଟସଆପ୍ ବ୍ୟବହାର କରନ୍ତି,ତେଣୁ ସମସ୍ତ କମ୍ପାନୀ ହ୍ୱାଟସଆପ୍ ମାଧ୍ୟମରେ ସେବା ଯୋଗାଇ ଦେବାକୁ ପ୍ରଚେଷ୍ଠା କରୁଛନ୍ତି । ଆପଣ ହ୍ୱାଟସଆପ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ମଧ୍ୟ ବୁକ୍ କରିପାରିବେ । ଜାଣନ୍ତୁ କିପରି ?

କଲ କରି ଗ୍ୟାସ୍ ବୁକ୍ କରିବା ଏବଂ ଅଫିସ ଯାଇ ବୁକ୍ କରିବାରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି କି ? ତେବେ ଆଜି ହିଁ ଘରେ ବସି ହ୍ୱାଟ୍ସଆପରେ ବୁକ୍ କରନ୍ତୁ ଗ୍ୟାସ ।

ଯେଉଁ କମ୍ପାନୀରୁ ଆପଣ ଗ୍ୟାସ ନେବାକୁ ଚାହୁଁଛନ୍ତି ତାଙ୍କୁ ହ୍ୱାଟ୍ସଆପରେ ମେସେଜ୍ କରନ୍ତୁ । ଏହା ହେଉଛି ୩ଟି କମ୍ପାନୀର ନମ୍ବର HP GAS- 9222201122, Indane- 7588888824 ଏବଂ Bharat Gas-1800224344.

ପ୍ରଥମେ ଆପଣଙ୍କୁ ନମ୍ବରଟି ସେଭ୍ କରି HI ଲେଖିବାକୁ ପଡିବ, ଏହା ପରେ ଆପଣ ନିଜର ଭାଷା ଚୟନ କରିବେ । ଆପଣ ନୂତନ ସଂଯୋଗ କିମ୍ବା ଗ୍ୟାସ୍ ବୁକ୍ କରିବା ସହିତ ଅସୁବିଧା ଥିଲେ ଅଭିଯୋଗ ମଧ୍ୟ କରିପାରିବେ ।

ଆପଣଙ୍କ ସ୍କ୍ରିନରେ ଅନେକ ବିକଳ୍ପ ଦେଖିବେ ଯେଉଁଠି ଆପଣଙ୍କର ଆବଶ୍ୟକତା ଥିବ ସେହି ଅନୁସାରେ ଯେକୌଣସି ବିକଳ୍ପ ବାଛିପାରିବେ ।

ଗ୍ୟାସ୍ ରିଫିଲ୍ ବୁକ୍ କରିବାର କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ପାଖକୁ ଏକ ନୂତନ ସିଲିଣ୍ଡର ଆସିଯିବ । କିନ୍ତୁ ଗ୍ୟାସ ସେବା ଏରିଆ ଉପରେ ନିର୍ଭର କରି ବିଳମ୍ବ କିମ୍ବା ଶୀଘ୍ର ହୋଇପାରେ ।