୨୩ କ୍ୟାରେଟ୍ ସୁନାର ଥାଳିରେ ବିରିୟାନୀ
Photo Credit : KANAK NEWS
ବିରିୟାନୀ ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି । ଭାରତରେ ଯଦି କାହାକୁ ପଚାରିବେ ତୁମ ପ୍ରିୟ ଖାଦ୍ୟ କ’ଣ , ସେ ନିହାତି କହିବେ ବିରିୟାନୀ ।
Photo Credit : google
ଯଦି ଦୁନିଆର ସବୁଠୁ ମହଙ୍ଗା ଓ ସ୍ବାଦିଷ୍ଟ ବିରିୟାନୀ କଥା କହିବା ତେବେ ଦୁବାଇର ବମ୍ବେ ବରୋ ରେଷ୍ଟୁରାଣ୍ଟରେ ୨୩ କ୍ୟାରେଟ୍ ସୁନା ସହ ବିରିୟାନୀ ପରଷା ଯାଉଛି ।
Photo Credit : google
ରୋଚକ କଥା ହେଉଛି , ଗୋଟିଏ ବଡ଼ ସୁନାର ଥାଳିରେ ଏହି ବିରିୟାନୀ ପରଷା ଯାଏ । ଏହି ବିରିୟାନୀର ନାଁ ‘ରୟାଲ୍ ଗୋଲ୍ଡ ବିରିଆନୀ ।’
Photo Credit : google
ବମ୍ବେ ବରୋର ଏହି ବିରିୟାନୀର ଦାମ୍ ୧,୦୦୦ ଦିରହମ୍ (ଭାରତୀୟ ମୁଦ୍ରା ହିସାବରେ ୨୦ ହଜାର ଟଙ୍କା) । ଏହି ବିରିୟାନୀ ପ୍ଲେଟରେ ୩ କିଲୋ ଭାତ ସହ ଗୋଟିଏ ମାଂସ ଥାଏ । ଏହି ବିରିୟାନୀକୁ ପ୍ରସ୍ତୁତ କରିବାରେ ୪୫ ମିନିଟ୍ ସମୟ ଲାଗେ , ଯାହା ସୂନାର ଏକ ବଡ଼ ପ୍ଲେଟରେ ସଜେଇ ହୋଇ ଆସେ ।
Photo Credit : google
ଏହି ବିରିୟାନୀକୁ ଚିକେନ୍ ବିରିୟାନୀ ଚାଉଳ , କିମା ଚାଉଳ ଏବଂ ଧଳା କେସର ଚାଉଳରେ ପ୍ରସ୍ତୁତ କରାଯାଏ । ଯାହା ଉପରେ ଆଳୁ ଏବଂ ଅଣ୍ଡା ସଜାଇ ଦିଆଯାଏ । ରୟାଲ୍ ଗୋଲ୍ଡ ବିରିୟାନୀ ଥାଳିରେ ୩ ପ୍ରକାର ଚିକେନ୍ ଗ୍ରିଲ୍ସ- ମଲାଇ ଚିକେନ୍ , ରାଜପୁତାନା ମୁର୍ଗ ସୋଲା ଏବଂ ଚିକେନ୍ ମିଟ୍ ବଲ୍ସ ସାମିଲ୍ ଥାଏ ।
Photo Credit : google