ଭାରତୀୟ ସେନାରେ ଯୋଗ ଦେବାକୁ ପ୍ରତ୍ୟେକ ଯୁବପୀଢି ଚାହାନ୍ତି । ସ୍ଥଳ ସେନା, ବାୟୁ ସେନା ଓ ନୌସେନାରେ ସାମିଲ ହେବା ପାଇଁ ଭିନ୍ନ ଭିନ୍ନ ପରୀକ୍ଷା କରାଯାଏ ।

ନ୍ୟାସନାଲ ଡିଫେନ୍ସ ଏକାଡେମୀ(NDA) ଏନଡିଏର ପରୀକ୍ଷା ବର୍ଷକରେ ଦୁଇଥର ହୁଏ । ଏନଡିଏ ଜରିଆରେ ଆର୍ମୀ,ନ୍ୟାଭି ଓ ଏୟାର ଫୋର୍ସରେ ସାମିଲ ହୋଇପାରିବେ ।

ଏୟାର ଫୋର୍ସ କମନ ଆଡିମିଶନ ଟେଷ୍ଟ (AFCTA) ଭାରତୀୟ ବାୟୁସେନାର ବିଭିନ୍ନ ପଦବୀ ନିମନ୍ତେ ପ୍ରାର୍ଥୀ ଚୟନ କରିବା ପାଇଁ AFCAT ପରୀକ୍ଷା ପରିଚାଳନା କରେ । ଯେପରିକି ଫ୍ଲାଇଂ ଅଫିସର, ଗ୍ରାଉଣ୍ଡ ଡ୍ୟୁଟି-ଟେକ୍ନିକାଲ୍ ପୋଷ୍ଟରେ ଅଧିକାରୀ ଏବଂ ଗ୍ରାଉଣ୍ଡ ଡ୍ୟୁଟି-ନନ-ଟେକ୍ନିକାଲ୍ ପୋଷ୍ଟରେ ଅଧିକାରୀ । AFACT ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହୁଏ।

ଭାରତୀୟ ତଟରକ୍ଷୀ ସହାୟକ କମାଣ୍ଡାଣ୍ଟ ପରୀକ୍ଷା ଭାରତୀୟ ତଟରକ୍ଷୀ ବାହିନୀର ସହାୟକ କମାଣ୍ଡାଣ୍ଟ ପରୀକ୍ଷା ସେହି ପ୍ରାର୍ଥୀମାନଙ୍କ ପାଇଁ ଯେଉଁମାନେ ଭାରତୀୟ ତଟରକ୍ଷୀ ବାହିନୀରେ ଅଧିକାରୀ ହେବାକୁ ଚାହାଁନ୍ତି । ଏହା ଏକ ବହୁତ ଭଲ କ୍ୟାରିଅର ବିକଳ୍ପ ଯେଉଁଥିରେ ସାମୁଦ୍ରିକ ସୁରକ୍ଷା, ପରିବେଶ ସୁରକ୍ଷା ସହ ସନ୍ଧାନ ଏବଂ ଉଦ୍ଧାର ମିଶନ ସାମିଲ ଅଛି ।

ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (CAPF) ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରୀକ୍ଷା ଏହି ପରୀକ୍ଷା ସେହି ପ୍ରାର୍ଥୀମାନଙ୍କ ପାଇଁ ଯେଉଁମାନେ BSF, CRPF, ITBP, SSB, CISF ଇତ୍ୟାଦି ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେବାକୁ ଚାହାଁନ୍ତି ।

କମ୍ବାଇଣ୍ଡ ଡିଫେନ୍ସ ସର୍ଭିସ (CDS) ପରୀକ୍ଷା CDS ପରୀକ୍ଷା UPSC ଦ୍ୱାରା ଆୟୋଜିତ ହୁଏ । ବିଭିନ୍ନ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଏହି ପରୀକ୍ଷା କରାଯାଏ ।