ଭାରତ ପାଇଁ ଆଜି କଳାଦିନ
ଆଜି ଫେବୃୟାରୀ 14 ଏହି ଦିନ କୁ କିଏ ବା ନ ଜାଣେ ଏହି ଦିନ ଆମ ଦେଶ 40 ବୀର ଯବାନ ମାନଙ୍କୁ ହରାଇଥିଲା ଆଉ ଦିନ କୁ ଭାରତ ପାଳନ କରେ ବ୍ଲାକ ଡେ . କାରଣ ବ୍ଲାକ ଡେ ବା କଳା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିବସ ଭାବେ ପାଳନ କରାଯାଏ
ଆଜି ଫେବୃୟାରୀ 14 ଏହି ଦିନ କୁ କିଏ ବା ନ ଜାଣେ ଏହି ଦିନ ଆମ ଦେଶ 40 ବୀର ଯବାନ ମାନଙ୍କୁ ହରାଇଥିଲା ଆଉ ଦିନ କୁ ଭାରତ ପାଳନ କରେ ବ୍ଲାକ ଡେ . କାରଣ ବ୍ଲାକ ଡେ ବା କଳା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିବସ ଭାବେ ପାଳନ କରାଯାଏ
କିନ୍ତୁ ଆତଙ୍କବାଦୀମାନେ ଧୋକାରେ ମାରିଥିଲେ ଏହି ବୀର ଯବାନମାନଙ୍କୁ । ଯେଉଁଥିପାଇଁ ସମସ୍ତଙ୍କ ଦୃଦୟରେ ଲାଗିଥିଲା ଗଭୀର ଆଘାତ । ଘଟଣାଟି ଘଟିଥିଲା ଫେବୃଆରୀ 14, 2019 ମସିହାରେ ସେହି କାଳ ରାତି କାଳ ଦିନ ଜାମ୍ମୁ କାଶ୍ମୀର ପୁଲଓ୍ୱାମା ଜିଲ୍ଲାରେ ଘଟିଥିଲା ।
ଗୋଟିଏ ବସ୍ ରେ 40 ଜଣ ସିଆରପିଏଫ୍ ଯବାନ ଯାଉଥିବା ବେଳେ ହଠାତ୍ ଆଉ ଏକ ବସ୍ ଆସି ସେହି ବସ୍ କୁ ଧକ୍କା ଦେଇଥିଲା । କେହି କିଛି ଭାବିବା ପୂର୍ବରୁ ହଠାତ୍ ବସଟି ବିସ୍ଫୋରଣ ହୋଇଥିଲା ।
ଓ ବସରେ ଥିବା ଯବାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଓ କିଛି ଜଣ ଯବାନ ଗଭୀର ଆହତ ହୋଇଥିଲେ । ତେବେ ସେହି ବସ୍ ଧକ୍କା ହେବା କୌଣସି ଆକସ୍ମିକ ଘଟଣା ନଥିଲା । ସେହି କାମ ଥିଲା ଜୈଶ- ଏ- ମୋହମ୍ମଦ ଆତଙ୍କୀ ସଂଗଠନର ।
ବିସ୍ଫୋରଣ ବୋଝେଇ ବସ୍ ନେଇ ସିଆରପିଏଫ୍ ବସକୁ ଧକ୍କା ଦେବା ଥିଲା ଏହି ଘଟଣାର ତଦନ୍ତ କରିଥିଲେ ରାଷ୍ଟ୍ରିୟ ଯାଞ୍ଚ ଏଜେନ୍ସି । ଏନଆଇଏ ଏହି ଘଟଣାକୁ ନେଇ ଅଗଷ୍ଟ ମାସରେ 13,500 ପୃଷ୍ଟାର ଏକ ଚାର୍ଜ ସିଟ୍ ଦାଖଲ କରିଥିଲେ ।ଯେଉଁଥିରେ 19 ଦୋଷୀଙ୍କ ନାମ ସାମିଲ ଥିଲା ଓ ସେମାନଙ୍କ ମଧ୍ୟରୁ 6 ଜଣଙ୍କ ମୃତ୍ୟୁ ହୋଇଥିଲା
।ଏହି ଘଟଣାରେ ଜୈଶ- ଏ- ମୋହମ୍ମଦ ଆତଙ୍କୀ ସଂଗଠନ ସହିତ ସାମିଲ ଥିଲେ ଆଇସିଆଇ ଓ ପାକିସ୍ତାନ ସରକାରୀ ଏଜେନ୍ସି । ତେବେ ମାତ୍ର 12 ଦିନରେ ଏହାର ପ୍ରତିଶୋଧ ନେଇଥିଲେ ଭାରତୀୟ ସେନା ।ଯାହା ସର୍ଜିକାଲ ଷ୍ଟ୍ରାଇକ୍ ନାମରେ ପରିଚିତ । ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ବାଲାକୋଟ ଠାରେ ଜୈଶ୍ କ୍ୟାମ୍ପ ଉପରେ ହାମଲା କରିଥିଲେ ।
।ଓ କ୍ୟାମ୍ପରେ ଥିବା ଆତଙ୍କବାଦୀଙ୍କୁ ହତ୍ୟା କରି ବାୟୁସେନା ଫେରି ଆସିଥିଲା ନିଜ ମାଟିକୁ । ତେବେ ଏହି ଘଟଣାକୁ ଛଅ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ବି ଭୁଲି ନାହିଁ ଭାରତ ସେହି ଲୋମହର୍ଷଣକାରୀ ଘଟଣାକୁ ଓ ଖଣ୍ଡ ବିଖଣ୍ଡିତ ହୋଇ ଭୁଇଁରେ ପଡିଥିବା ବୀର ଯବାନମାନଙ୍କ ଶରୀରକୁ ।
{{ primary_category.name }}