ଉଚ୍ଚ ରକ୍ତଚାପ,ଷ୍ଟ୍ରୋକ୍,ହାର୍ଟ ଏବଂ କିଡନୀ ରୋଗ ପାଇଁ ସୋଡିୟମ୍ ଦାୟୀ । ୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୨୦ ମିଲିଗ୍ରାମରୁ ଆରମ୍ଭ କରି ୧୮୦ ମିଲିଗ୍ରାମ୍ ସୋଡିୟମ୍ ରହିଥାଏ । ୨୦୧୦ ମସିହାରେ ଆମେରିକାରେ ଏକ ଗାଇଡଲାଇନ୍ ଜାରି ହୋଇଥିଲା । ଏହି ଗାଇଡଲାଇନ୍ ଅନୁସାରେ ଦିନକୁ ୨୩୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ ।