ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ସହ ଯୁବ ବ୍ୟାଟର ରିଙ୍କୁ ସିଂଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ନିର୍ବନ୍ଧର ଫଟୋ ଭାଇରାଲ ହେବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ରିଙ୍କୁ ସିଂଙ୍କ ଫ୍ୟାନ୍ସ ।
ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ସହ ଯୁବ ବ୍ୟାଟର ରିଙ୍କୁ ସିଂଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ନିର୍ବନ୍ଧର ଫଟୋ ଭାଇରାଲ ହେବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ରିଙ୍କୁ ସିଂଙ୍କ ଫ୍ୟାନ୍ସ ।
ରିଙ୍କୁ ସିଂଙ୍କ ନିର୍ବନ୍ଧ ଖବର ପର ଏବେ ସଭିଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କେଉଁଠି ପ୍ରିୟାଙ୍କୁ ପ୍ରଥମେ ଦେଖିଥିଲେ ରିଙ୍କୁ ସିଂ । କେବେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ ।
ପ୍ରିୟା ସରୋଜଙ୍କ ବାପା ତୁଫାନୀ ସରୋଜ ଉଭୟଙ୍କ ନିର୍ବନ୍ଧ ଖବର ଦେଇଛନ୍ତି । ଏହାପରେ ବାହାଘର ପାଇଁ ଚୂଡାନ୍ତ ତାରିଖ ଘୋଷଣା କରାଯିବ । ଯାହାକୁ ଚାହିଁ ରହିଛନ୍ତି ଫ୍ୟାନ୍ସ ।
ରିପୋର୍ଟ ମୁତାବକ ପ୍ରିୟା ସରୋଜ ଓ ରିଙ୍କୁ ସିଂ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରି ଆସୁଥିଲେ । କିନ୍ତୁ ଉଭୟଙ୍କୁ ସାଧାରଣରେ କେବେ ସ୍ପଟ୍ କରାଯାଇନାହିଁ ।
କିନ୍ତୁ ତୁଫାନୀ ସରୋଜଙ୍କ ମୁତାବକ ୨ରୁ ୩ମାସ ଧରି ପ୍ରିୟା ସରୋଜ ଓ ରିଙ୍କୁ ସିଂ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ।
ପ୍ରିୟା ସରୋଜଙ୍କ ବନ୍ଧୁଙ୍କ ପିତା ଜଣେ କ୍ରିକେଟର ଥିଲେ, ଯାହାଙ୍କ ସହ ରିଙ୍କୁଙ୍କ ଭଲ ସମ୍ପର୍କ ରହିଛି । ତାଙ୍କ ମାଧ୍ୟମରେ ଉଭୟଙ୍କ ଦେଖା ସାକ୍ଷାତ ଆରମ୍ଭ ହୋଇଥିଲା ।
ପ୍ରିୟା ସରୋଜ ଗତ ଲୋକସଭା ନିର୍ବାଚନରେ ମଛଲୀସହରର ଆସନରୁ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରି ଲୋକସଭା ସାଂସଦ ହୋଇଛନ୍ତି । ୩୫୮୫୦ ଖଣ୍ଡ ଭୋଟ୍ରେ ସେ ବିଜୟ ହାସଲ କରିଥିଲେ ।
୨୭ ବର୍ଷୀୟ ରିଙ୍କୁ ସିଂ ବର୍ତ୍ତମାନ ଭାରତର ଷ୍ଟାର୍ ବ୍ୟାଟର ସାଜିଛନ୍ତି । ଚାମ୍ପିୟନ୍ସ ଟ୍ରଫି ଟିମ୍ରେ ବି ସେ ସାମିଲ ରହିଛନ୍ତି । ସେପଟେ ନଭେମ୍ବର ୨୩ ତାରିଖ ୧୯୯୮ ମସିହାରେ ଜନ୍ମ ନେଇଥିଲେ ପ୍ରିୟା ସରୋଜ । ଏବେ ସେ ସାଂସଦ ଭାବେ ଲୋକଙ୍କ ସେବା ଜାରି ରଖିଛନ୍ତି ।
{{ primary_category.name }}