ସୈଫଙ୍କ ଆଲିଶାନ୍ ଘରକୁ ନେଇ ଖୁବ୍ ଚର୍ଚ୍ଚା

ବୁଧବାର ରାତିରେ ବଲିଉଡ୍ ଅଭିନେତା ସୈଫ ଅଲି ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସହ ତାଙ୍କ ଆଲିଶାନ୍ ଘରକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଯଦିଓ ଆକ୍ରମଣ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟ ଘରେ ହୋଇଥିବାବେଳେ ଚର୍ଚ୍ଚା କିନ୍ତୁ ହରିୟାଣା ଗୁରୁଗ୍ରାମ ସ୍ଥିତ ପଟୌଦୀ ପ୍ୟାଲେସକୁ ନେଇ।

Photo Credit : KanakNews

୧୦ ଏକର ଜମିରେ ଛିଡା ହୋଇଛି ପଟୌଦି ପ୍ୟାଲେସ୍

୧୯୩୫ରେ ହୋଇଥିବା ଏହି ପ୍ୟାଲେସକୁ ସୈଫ୍ ପୈତୃକ ସମ୍ପତ୍ତି ଆଧାରରେ ପାଇଛନ୍ତି । ପାଖାପାଖି ୧୦ ଏକର ଜମିରେ ଥିବା ଏହି ମହଲ ତିଆରା ପାଇଁ ସେ ସମୟରେ ଖର୍ଚ୍ଚ ହୋଇଥିଲା ପାଖାପାଖି ୮୦୦ କୋଟି । ଏହାକୁ ତିଆରି କରିବାକୁ ସୈଫଙ୍କ ଜେଜେ ଇଫତିଖାର ଅଲ୍ଲି ଖାନ୍ ନିଜର ସବୁ ଜମାରାଶି ଖର୍ଚ୍ଚ କରିଦେଇଥିଲେ।

Photo Credit : Kanaknews

ପଟୌଦି ପ୍ୟାଲେସରେ ରହିଛି ୧୫୦ ଘର

ପଟୌଦି ପ୍ୟାଲେସରେ ରହିଛି ୧୫୦ ଘର । ସେଥିରେ ରହିଛି ଦାମୀ ଆସବାବ ପତ୍ର। ଖେଳିବା ଓ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଏହା ଭିତରେ ଏକାଧିକ ବଲିଉଡ୍ ମୁଭି ମଧ୍ୟ ସୁଟିଂ ହୋଇଛି । ଫିଲ୍ମ ତାଣ୍ଡବ, ବୀରଜାରା, ଆନିମଲ ଏହି ପ୍ୟାଲେସ ଭିତରେ ସୁଟିଂ ହୋଇଛି।

Photo Credit : KanakNews

ଚର୍ଚ୍ଚାରେ ସୈଫଙ୍କ ପ୍ୟାଲେସ୍

ତେବେ ନିକଟରେ ସୈଫ୍ ଏହି ପ୍ୟାଲେସର ଅର୍ଦ୍ଧେକକୁ ମ୍ୟୁଜିଅମ୍ କରିବାକୁ ମନସ୍ଥ କରିଥିଲେ। ଏଥିପାଇଁ ଘୋଷଣା ବି କରିଥିଲେ। ଏଥିରେ ନୱାବ ପରମ୍ପରାକୁ ସ୍ଥାନିତ କରି ପର୍ୟ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁଥିଲେ।

Photo Credit : KanakNews