ଏହି ଆଇଏଏସଙ୍କ କାନ୍ଧରେ ମହାକୁମ୍ଭର ବଡ ଦାୟିତ୍ବ : ଜାଣନ୍ତୁ କିଏ ବିଜୟ ଆନନ୍ଦ

ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ପ୍ରଥମ ଦିନରେ ହିଁ ତ୍ରିବେଣୀ ସଙ୍ଗମରେ ଲକ୍ଷଲକ୍ଷ ଲୋକେ ବୁଡ ପକାଇବାକୁ ଭିଡ ଜମାଇଛନ୍ତି।

ମହାକୁମ୍ଭ ମେଳା ଆଜିଠୁ ଆରମ୍ଭ ହୋଇ ଫେବୃଆରୀ ୨୬ ଯାଏଁ ଚାଲିବ । ଏହା କେବଳ ଭାରତ ବର୍ଷର ନୁହେଁ ବରଂ ସମଗ୍ର ବିଶ୍ବର ମହାମେଳା । ଆଉ ଏହି ମେଳାର ଦାୟତ୍ବ ରହିଛି ଆଇଏସ୍ ବିଜୟ କିରଣ ଆନନ୍ଦଙ୍କ ଉପରେ।

ଆଇଏଏସ୍ ବିଜୟ ଆନନ୍ଦଙ୍କ ନେତୃତ୍ବ କ୍ଷମତା ଓ ପ୍ରଶାସନିତକ କୌଶଳ ପୁରା ମହାମେଳାକୁ ଭବ୍ୟ ଓ ଐତିହାସିକ କରିପାରିବ ବୋଲି ୟୁପି ସରକାର ଆଶା ରଖିଛନ୍ତି।

ବିଜୟ ଆନନ୍ଦ ୨୦୦୯ର ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ । ବେଙ୍ଗାଲୁରୁରେ ଜନ୍ମିତ ବିଜୟ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ଆଇଏଏସ୍ ପାଇବା ପରେ ପ୍ରଥମେ ଉତ୍ତରପ୍ରଦେଶରେ ଜଏଣ୍ଟ ମାଜିଷ୍ଟ୍ରେଟ ଭାବେ ପୋଷ୍ଟିଙ୍ଗ ପାଇଲେ । ଏହାପରେ ସିଡିଓ ଭାବେ ବାରାବଙ୍କୀରେ ପୋଷ୍ଟିଂ ପାଇଲେ।

ଏହାପରେ ମୈନପୁରୀ, ଉନ୍ନାଉ, ଫିରୋଜାବାଦ୍, ବିଜନୌର, ବରାଣାସୀ, ଶାହାଜାହାନପୁରରେ ଜିଲ୍ଲାପାଳ ଭାବେ କାର୍ୟ୍ୟ କରିଛନ୍ତି।

୨୦୧୭ରେ ମାଘ ମେଳା, ୨୦୧୯ରେ ଅର୍ଦ୍ଧକୁମ୍ଭ ମେଳାର ଦାୟିତ୍ବ ତୁଲାଇଥିଲେ ଆନନ୍ଦ । ଏବେ ତାଙ୍କୁ ମହାକୁମ୍ଭ ମେଳା ୨୦୨୫ର ପୁରା ଦାୟିତ୍ବ ମିଳିଛି।