ଶରୀର ପାଇଁ ମହୌଷଧୀ ପଦ୍ମନାଡ଼ ।

Photo Credit : Kanak News

ବଢୁଥିବା ଓଜନ ଚିନ୍ତାରେ ପକାଉଥିଲେ ଖାଦ୍ୟରେ ସାମିଲ୍ କରନ୍ତୁ ପଦ୍ମନାଡ଼ । ଏଥିରେ କ୍ୟାଲୋରୀର ମାତ୍ରା କମ୍ ଏବଂ ଫାଇବରର ମାତ୍ରା ଅଧିକ ଥିବାରୁ ପଦ୍ମନାଡର ରେସିପିକୁ ଖାଇବା ପରେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ କରାଏ ନାହିଁ ଏବଂ ପେଟ ମଧ୍ୟ ଫୁଲ୍ ରହିଥାଏ । ଯାହାଦ୍ବାରା ବାରମ୍ବାର ଭୋକ ଲାଗିବାର ଟେନସନ୍ ମଧ୍ୟ ରୁହେନି ଏବଂ ଓଜନ ମଧ୍ୟ କଣ୍ଟ୍ରୋଲରେ ରୁହେ ।

Photo Credit : google

ପଦ୍ମନାଡ଼ ସେବନ ଦ୍ବାରା ପାଚନ ପ୍ରକ୍ରିୟା ଭଲ ରହିଥାଏ । ଏଥିରେ ଥିବା ଫାଇବର୍ କୋଷ୍ଟକାଠିନ୍ୟ ଏବଂ ପେଟଫୁଲା ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ ।

Photo Credit : google

ପଦ୍ମନାଡ଼ର ନିୟମିତ ସେବନ ଦ୍ବାରା ଶରୀରରେ ରକ୍ତର ଅଭାବ ମଧ୍ୟ ଦୂର ହୁଏ । ପଦ୍ମନାଡ଼ ଖାଇବାଦ୍ବାରା ଶରୀରରେ ଲାଲ୍ ରକ୍ତ ସେଲ୍ସର ମାତ୍ରା ବଢେ ଯାହାଦ୍ବାରା ହିମୋଗ୍ଲୋଭିନର ଅଭାବ ମଧ୍ୟ ଦେଖାଯାଏନାହିଁ ।

Photo Credit : google

ବ୍ଲଡସୁଗାର୍ ସହ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ୍ କରେ ପଦ୍ମନାଡ଼ । ଏଥିରେ ଡାଇଟରୀ ଫାଇବର୍ ମହଜୁଦ୍ ଥିବାରୁ ଏହା କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ୍ କରେ । ଏଥିରେ ଥିବା ଇଥେନାଲ୍ ଅର୍କ ବ୍ଲଡସୁଗାରକୁ କଣ୍ଟ୍ରୋଲରେ ରଖିବାରେ ସହାୟକ ହୁଏ ।

Photo Credit : google

ପଦ୍ମନାଡ଼ରେ ଥିବା ପାୟରୋଡାକ୍ସିନ୍ ଚାପ କମାଇବାରେ ସାହାଯ୍ୟ କରେ । ପଦ୍ମନାଡ଼ ଶରୀରରେ ଡିଟକ୍ସ କରିବାର କାମ ମଧ୍ୟ କରେ । ଏଥିରେ ଥିବା ଅକ୍ସିଆଣ୍ଟିଡେଣ୍ଟ୍ ଗୁଣ ଲିଭର୍ ଏବଂ କିଡନୀ ଉପରେ ଥିବା ଅକ୍ସିଡେଟିଭ୍ ଷ୍ଟ୍ରେସର ପ୍ରଭାବକୁ କମ୍ କରିବାରେ ସହାୟକ ହୁଏ ଯାହା ଶରୀରର ମଇଳାକୁ ସଫା କରିବାର କାମ କରେ ।

Photo Credit : google