ଆପଣ ଚିନା ବାଦାମ ଖାଇବାକୁ ପସନ୍ଦ କରନ୍ତି କି ନା ? ଜାଣନ୍ତୁ ଶୀତ ଋତୁରେ ଚିନା ବାଦାମ ଖାଇବାର ଫାଇଦା....
ଚିନା ବାଦାମରେ ଅଧିକ ମାତ୍ରାରେ କ୍ୟାଲୋରି ଏବଂ ପ୍ରୋଟିନ ଥାଏ । ଯାହାକି ଥଣ୍ଡା ଦିନରେ ଶରୀରକୁ ଉଷ୍ମତା ରଖିବା ସହ ଉର୍ଜା ପ୍ରଦାନ କରିଥାଏ ।
ଚିନା ବାଦାମରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଥାଏ । ଏହା ଆମ ଶରୀରର ହାଡର ଜଏଣ୍ଟ ଗୁଡିକୁ ମଜବୁତ୍ ରଖେ ।
ଶୀତ ଋତୁରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚିନା ବାଦାମରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଏବଂ ଜିଙ୍କ୍ ସହାୟକ ହୁଏ ।
ଏଥିରେ ଭିଟାମିନ୍ ଇ ଏବଂ ବାୟୋଟିନ ଅଛି । ଯାହାକି ଶୀତ ଋତୁରେ ତ୍ୱଚାର ଗ୍ଲୋକୁ ବଢାଇବା ସହ ତୁଳା ପରି ନରମ ରଖେ ।
ଚିନା ବାଦାମରେ ହେଲଦି ଫ୍ୟାଟ ଥାଏ ଯାହାକି ସେବନ କରିବା ଦ୍ୱାରା ହାର୍ଟ ସୁସ୍ଥ ରୁହେ ।