ବିଗ୍ବସ୍ ୧୮ତମ ସିଜିନ୍ ଟାଇଟଲ ନିଜ ନାମରେ କରିଛନ୍ତି ଟେଲିଭିଜନ ଅଭିନେତା କରନବୀର ମେହ୍ରା । ପଛରେ ପଡ଼ିଲେ ଭିଭିଆନ ଡସେନା ।
ବିଗ୍ବସ୍ ୧୮ତମ ସିଜିନ୍ ଟାଇଟଲ ନିଜ ନାମରେ କରିଛନ୍ତି ଟେଲିଭିଜନ ଅଭିନେତା କରନବୀର ମେହ୍ରା । ପଛରେ ପଡ଼ିଲେ ଭିଭିଆନ ଡସେନା ।
ବିଗ୍ବସ୍ ସିଜିନ ବିଜୟୀ ହେବା ପରେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛନ୍ତି କରନବୀର ମେହରା । ଏହି ସଫଳତା ନେଇ ତାଙ୍କ ବନ୍ଧୁ ପରିବାର ବର୍ଗଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି ।
ସୋ‘ ଆରମ୍ଭରୁ ବିଗ୍ବିସ୍ ଟାଇଟଲ୍ ହାତେଇବେ ବୋଲି ଦାବି କରି କହିଥିଲେ କରନବୀର । ଯାହାକୁ ସେ ପ୍ରମାଣିତ କରି ଦେଖାଇଛନ୍ତି ।
ଏଥର ବିଗ୍ବସ୍ ଟାଇଟଲ୍ ହାତେଇବା ପାଇଁ ୬ ଜଣ ପ୍ରତିଯୋଗୀ ରହିଥିଲେ । ଈଶା ସିଂ, ଚୁମ୍ ଦରାଙ୍ଗ୍, ଅବିନାଶ ମିଶ୍ରା, ରଜତ ଦଲାଲ, କରନବୀର ମେହରା ଓ ଭିଭିଆନଡିସେନା ରେସ୍ରେ ରହିଥିଲେ।
ଫାଇନାଲ୍ ରାଉଣ୍ଡ୍ରୁ ସର୍ବ ପ୍ରଥମେ ଈଶା ସିଂ ଏଲିମିନେଟ୍ ହୋଇଥିଲେ । ଏହାପରେ ଚୁମ୍ ଦରାଙ୍ଗ୍ ଓ ଅବିନାଶଙ୍କୁ ସୋ ଛାଡ଼ିବାକୁ ପଡ଼ିଥିଲା । ଟପ୍ ୩ରେ ରଜତ ଦଲାଲ, କରନବୀର ମେହରା ଓ ଭିଭିଆନ ଡିସେନା ରହିଥିଲେ ।
ଏହି ସିଜିନ୍ରେ ଶେଷରେ ବାଜି ମାରି ନେଇଛନ୍ତି କରନବୀର ମେହରା । ଗତ ୨୦୨୪ ଅକ୍ଟୋବର ୬ ତାରିଖରୁ ଏଥର ସିଜିନ୍ ଆରମ୍ଭ ହୋଇଥିଲା । ଯାହାର ବିଜେତା ଘୋଷଣା ହୋଇଛନ୍ତି କରନବୀର ମେହରା ।
ଏହି ସିଜିନ୍ରେ ଶେଷରେ ବାଜି ମାରି ନେଇଛନ୍ତି କରନବୀର ମେହରା । ଗତ ୨୦୨୪ ଅକ୍ଟୋବର ୬ ତାରିଖରୁ ଏଥର ସିଜିନ୍ ଆରମ୍ଭ ହୋଇଥିଲା । ଯାହାର ବିଜେତା ଘୋଷଣା ହୋଇଛନ୍ତି କରନବୀର ମେହରା ।
{{ primary_category.name }}