ଘରୋଇ ଚିକିତ୍ସା : ୨ ମିନିଟରେ ହଳଦିଆ ଦାନ୍ତ ହେବ ଧଳା
Photo Credit : Kanak News
ସୁନ୍ଦର , ସଫା ଏବଂ ଧଳା ଦାନ୍ତ ଚେହେରାର ସୁନ୍ଦରତାକୁ ବଢ଼ାଇବାର କାମ କରିଥାଏ । ଦାନ୍ତ ହଳଦିଆ ଦେଖା ଯାଉଥିଲେ ଆତ୍ମସମ୍ମାନ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଥାଏ ।
Photo Credit : google
ଅନେକ ସମୟରେ ଖାଦ୍ୟପେୟରେ ଅନିୟମିତତା ଏବଂ ହେଲ୍ଥି ଫୁଡ୍ ନ ଖାଇବା ଯୋଗୁଁ ଦାନ୍ତରେ ହଳଦିଆ ରଙ୍ଗର ପରସ୍ତ ପଡ଼ିଯାଏ , ଯାହାକୁ ହଟାଇବା କାଠିକର ପାଠ ହୋଇପଡ଼େ । ବର୍ଦ୍ଧିତ ବୟସ ଏବଂ ମେଡିସିନ୍ ଯୋଗୁଁ ମଧ୍ୟ ବେଳେବେଳେ ଦାନ୍ତ ହଳଦିଆ ପଡ଼ିଯାଏ । ତେବେ ଏଭଳି ସ୍ଥିତିରେ ୨ ମିନିଟରେ କେମିତି ହଳଦିଆ ଦାନ୍ତକୁ ଧଳା କରିବେ ଆସନ୍ତୁ ଜାଣିବା ।
Photo Credit : google
ଗୋଟିଏ ଚାମଚ ବେକିଂ ସୋଡ଼ାରେ ୨ ଚାମଚ ହାଇଡ୍ରୋଜନ୍ ପେରୋକ୍ସାଇଡ୍ ସହ ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ । ଏହି ପେଷ୍ଟକୁ ବ୍ରଶରେ ଲଗାଇ ଦାନ୍ତ ଘଷନ୍ତୁ ଏବଂ ପାଟିକୁ ଭଲ ଭାବରେ ଧୋଇ ନିଅନ୍ତୁ ।
Photo Credit : google
ବେକିଂ ସୋଡ଼ା ଏବଂ ଲେମ୍ବୁ ରସକୁ ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ ଏହି ପେଷ୍ଟ୍ ସାହାଯ୍ୟରେ ବ୍ରଶ୍ କରନ୍ତୁ , ଫରକ ଜାଣିପାରିବେ ।
Photo Credit : google
ଆଙ୍ଗୁଠିରେ ନଡ଼ିଆ ତେଲ ନେଇ ଦାନ୍ତରେ ଘଷନ୍ତୁ । ଏଥିରେ ଥିବା ଲାରିକ୍ ଏସିଡ୍ ଦାନ୍ତରେ ପ୍ଲାକ୍ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନାଶ କରେ ।
Photo Credit : google
କଦଳୀ , କମଳା କିମ୍ବା ଲେମ୍ବୁର ଚୋପାକୁ ଧୀରେ ଧୀରେ ଦାନ୍ତରେ ଘଷନ୍ତୁ । ଏହି ଚୋପାରେ ସାଇଟ୍ରିକ୍ ଏସିଡ୍ ଥାଏ ଯାହା ଦାନ୍ତକୁ ସଫା କରିବା ସହ ଧଳା ରଖିବାରେ ମଧ୍ୟ ସାହାଯ୍ୟ କରେ ।
Photo Credit : google