ଘରେ ମୂଷାମାନଙ୍କ ପ୍ରାଦୂର୍ଭାବ ବଢିଲେ କେତେ ମୁସ୍କିଲ୍ ତାହା ଗୃହିଣୀଙ୍କ ଠାରୁ ଅଧିକ ଆଉ କିଏ ଜାଣିଥିବେ । ପରିବା ତାଟରୁ ଟମାଟ,ଆଳୁ କଣା କରି ଖାଇଲେ ତ କ୍ଷମା କରିହେବ କିନ୍ତୁ ଦାମିକିଆ ଡ୍ରେସ୍ ଟେ କଣା କରିଦେଲେ , ଓଃ କି ଦୁଃଖ ! ତେବେ ମୂଷାଙ୍କୁ ନ ମାରି କେମିତି ଘରୁ ବାହାର କରିହେବ ଏହା ପ୍ରାୟତଃ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବ । ଆଜି ଆସନ୍ତୁ ସେ ବିଷୟରେ ଜାଣିବା ।