ଦିନକରେ କେତେ ଲୁଣ ଖାଇବା ଦରକାର?
Photo Credit : Kanak News
ରୋଷେଇ ସମୟରେ ଖାଦ୍ୟରେ କେଉଁ ମସଲା ବ୍ୟବହାର ହେଉ କି ନହେଉ ଲୁଣର ବ୍ୟବହାର ନିହାତି ହୁଏ । ଲୁଣ କମ୍ , ଅଧିକ ହେଲେ ଖାଇବାଟା ପୂରା ଅରୁଚିକର ଲାଗେ ।
Photo Credit : google
ଲୁଣର ସେବନ ଯଦି ଠିକ୍ ମାତ୍ରାରେ ହୁଏ ତା’ହେଲେ ଦେହକୁ ଏହାର ଅନେକ ଫାଇଦା ମିଳିଥାଏ । କିନ୍ତୁ ଏହାର ଅଧିକ ସେବନ ଅନେକ ରୋଗର କାରଣ ପାଲଟେ । WHO ଅନୁସାରେ , ଦୁନିଆରେ ଅଧିକ ଲୋକ ସାଧାରଣଠାରୁ ଅଧିକ ମାତ୍ରାରେ ଲୁଣ ଖାଉଛନ୍ତି ।
Photo Credit : google
WHO ଅନୁସାରେ , ଅଧିକାଂଶ ଲୋକ ପ୍ରତିଦିନ ୯ ରୁ ୧୨ ଗ୍ରାମ୍ ଲୁଣ ଖାଇଥା’ନ୍ତି । ଯାହା ଦେହ ପାଇଁ ଆଦୌ ସୁରକ୍ଷିତ ନୁହେଁ । ଲୁଣ ଖାଇବାକୁ ଯଦି କମ୍ କରିବେ ତା’ହେଲେ ପ୍ରତିବର୍ଷ ୨୫ ଲକ୍ଷ ମୃତ୍ୟୁକୁ ରୋକା ଯାଇପାରିବ ।
Photo Credit : google
ବୟସ୍କଙ୍କୁ ପ୍ରତିଦିନ ୫ ଗ୍ରାମରୁ କମ୍ ଲୁଣ ଖାଇବା ଦରକାର । ଯାହା ୧ ଚାମଚରୁ ଅଳ୍ପ କମ୍ ହୋଇଥାଏ । ଅନ୍ୟପକ୍ଷରେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ବୟସ୍କଙ୍କ ଅପେକ୍ଷା ଆହୁରି କମ୍ ଲୁଣ ଖାଇବା ଦରକାର ।
Photo Credit : google
ଲୁଣର ଅଧିକ ସେବନ କରିବା ଦ୍ବାରା ହାଇ ବ୍ଲଡପ୍ରେସର୍ ଏବଂ ହୃଦୟ ଜନିତ ରୋଗର ଆଶଙ୍କା ବଢିଯାଏ । ଜଙ୍କ୍ ଫୁଡ୍ , ସ୍ନାକ୍ସରେ ଲୁଣର ମାତ୍ରା ଅଧିକ ଥାଏ ଯାହା ଖାଇବା ଆଦୌ ସ୍ବାସ୍ଥ୍ୟକର ନୁହେଁ । ଖାସ୍ କରି ମହିଳାଙ୍କୁ କମ୍ ଲୁଣ ଖାଇବା ଦରକାର ।
Photo Credit : google