ସ୍ପେଶରେ କେମିତି ଚୁଟି ସଫା କରନ୍ତି ମହାକାଶଚାରୀ?

Photo Credit : Kanak News

ସ୍ପେଶରେ ରହିବା କୌଣସି ଚ୍ୟାଲେଞ୍ଜଠାରୁ କିଛି କମ୍ ନୁହଁ । ସ୍ପେଶ୍ ଷ୍ଟେସନରେ ରହୁଥିବା ମହାକାଶଚାରୀଙ୍କ ପାଇଁ ସେଠାରେ ରହିବା , ଖାଇବା , ଗାଧୋଇବା ଏମିତିକି ଡ୍ରେସ୍ ପିନ୍ଧିବା ମଧ୍ୟ ମହାକାଶଚାରୀଙ୍କ ପାଇଁ କାଠିକର ପାଠ ହୋଇଯାଏ ।

Photo Credit : google

ଏମିତିରେ ଜଣେ ମହିଳା ମହାକାଶଚାରୀ ସ୍ପେଶରେ ନିଜର ଅନୁଭୂତିକୁ ବଖାଣିଛନ୍ତି । ସ୍ପେଶରେ କେମିତି ଗାଧୋଇବା କଷ୍ଟ କହିବା ସହ ସେ କେମିତି ନିଜ ଚୁଟିକୁ ସଫା କରନ୍ତି ଏହା ମଧ୍ୟ କହିଛନ୍ତି ।

Photo Credit : google

ଏକ୍ସପିଡିସନ୍ ୩୬ ର ଅନ୍ତରୀକ୍ଷ ଯାତ୍ରୀ କେରେନ୍ ନ୍ୟବର୍ଗ @astrokarenn ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେ ନିଜର ଏକ ଭିଡିଓ ସେୟାର୍ କରି କେମିତି ସେ ସ୍ପେଶ୍ ରେ ଚୁଟି ସଫା କରନ୍ତି କହିଛନ୍ତି ।

Photo Credit : google

କେରେନ୍ କୁହନ୍ତି , ସ୍ପେଶରେ ସାୱାର୍ ନାହିଁ ତ ସେ ସାୱାର୍ ଚାଲୁ କରିପାରିବେ ନାହିଁ । ଏଭଳି ସ୍ଥିତିରେ ଆନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ମାଇକ୍ରୋଗ୍ରେବିଟିରେ ସେ ନିଜ ଚୁଟି ଧୁଅନ୍ତି । ଏଥିପାଇଁ ଗରମପାଣିର ଏକ ବ୍ୟାଗ୍ , ଫେଣମୁକ୍ତ ସାମ୍ପୁ ଏବଂ ପାନିଆର ଆବଶ୍ୟକତା ପଡ଼େ ।

Photo Credit : google

ଟ୍ୟୁବ୍ ମାଧ୍ୟମରେ ଗରମପାଣିକୁ ମୁଣ୍ଡର ମୂଳ ଚାରିପଟେ ଢଳାଯାଏ । ପାଣି ଢାଳିବା କ୍ଷଣି ଏହା ଆପେ ଆପେ ରୁଟ୍ ରୁ ଚୁଟି ଉପର ପର୍ଯ୍ୟନ୍ତ ଆପେ ଆପେ ଖେଳାଇ ହୋଇଯାଏ ।

Photo Credit : google

ଠିକ୍ ସେହିପରି ସାମ୍ପୁକୁ ମଧ୍ୟ ଲଗାଯାଏ ଏବଂ ହାତ ମାଧ୍ୟମରେ ଚୁଟିକୁ ମସାଜ୍ କରଯାଏ ।

Photo Credit : google

ଏହାପରେ ପୁଣି ଗରମ ପାଣିକୁ ଚୁଟି ମୂଳରେ ଢଳାଯାଏ , ପାଣି ପୂର୍ବଭଳି ଚୁଟି ମୂଳରୁ ଅଗ ପର୍ଯ୍ୟନ୍ତ ଖେଳେଇ ହୋଇଯାଏ । ତାପରେ ଶୁଖିଲା ଟାୱାଲରେ ଚୁଟିକୁ ପୋଛି ମୁଣ୍ଡ କୁଣ୍ଡାଇଦେଲେ ହୋଇଗଲା ଚୁଟି ସଫା ।

Photo Credit : google