ବିଟ୍ ଜୁସ୍ ନା ସାଲାଡ୍ ? ଦେହ ପାଇଁ କେଉଁଟା ଭଲ ?
Photo Credit : Kanak News
ବିଟରେ ଆୟରନ୍,ମ୍ୟାଗ୍ନେସିୟମ୍,ଫାଇବର୍,ପୋଟାସିୟମ୍,ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଗୁଣ ମିଳିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ।
Photo Credit : google
ବିଟରେ ଥିବା ଆୟରନ୍ ଶରୀରରେ ହିମୋଗ୍ଲୋବିନ୍ ବଢାଇଥାଏ । ଏହାଛଡ଼ା ବିଟ୍ ହଜମ କରିବା ଏବଂ ହାଡ଼କୁ ମଜଭୂତ କରିବାରେ ମଧ୍ୟ ସହାୟକ ହୁଏ ।
Photo Credit : google
ଅନେକ ଲୋକ ବିଟ୍ ଜୁସ୍ ପିଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ସାଲାଡ୍ କରି ଖାଇବାକୁ ପସନ୍ଦ କରନ୍ତି ।
Photo Credit : google
ଡାଏଟେସିଆନ୍ ମାଧବୀ ଗୌତମଙ୍କ କହିବାନୁସାରେ ବିଟ୍ ହେଉ କି ଅନ୍ୟ କୌଣସି ଜୁସ୍ ଛାଣି କରି ପିଇଲେ ଏହାର ଫାଇବର୍ କମ୍ ହୋଇଥାଏ , ପରିବା ଏବଂ ଫଳର ଖଦଡ଼ରେ ହିଁ ଫାଇବର୍ ଥାଏ ।
Photo Credit : google
ଏକ୍ସପର୍ଟଙ୍କ କହିବାନୁସାରେ , ବିଟର ଜୁସ୍ ଅପେକ୍ଷା ସାଲାଡ୍ ଖାଇବା ଅଧିକ ଭଲ । କିନ୍ତୁ ଯଦି ଜୁସ୍ ପିଇବା ଆପଣଙ୍କୁ ପସନ୍ଦ ତେବେ ବିନା ଛାଣି ବିଟ୍ ଜୁସ୍ ପିଅନ୍ତୁ ।
Photo Credit : google
ଗାଜର , ଅଁଳାକୁ ବିଟ୍ ସହ ମିଶାଇ କିଛି ଲୋକ ଜୁସ୍ କରି ପିଇଥା’ନ୍ତି ଆପଣ ବି ଯଦି ବିଟ୍ ଜୁସ୍ ପିଉଛନ୍ତି ତା’ହେଲେ ଏଥିରେ ଅଳ୍ପ ଲୁଣ ପକାଇ ପିଅନ୍ତୁ ।
Photo Credit : google
ବିଟ୍ ଜୁସ୍ ହେଉ କିମ୍ବା ସାଲାଡ୍ ଏହାର ସେବନ ସୀମିତ ମାତ୍ରାରେ କରିବା ଦରକାର ।
Photo Credit : google