ଗଜରାଜଙ୍କୁ ହେଉଛି ଶୀତ , ହାତୀ ପିନ୍ଧିଛି ସ୍ବେଟର୍ ।
ପୋଷାକୁକୁର , ବିଲେଇଙ୍କୁ ପୋଷାକ ପିନ୍ଧିଥିବା ଦେଖିଥିବେ କିନ୍ତୁ କ’ଣ କେବେ ହାତୀକୁ ସ୍ବେଟର ପିନ୍ଧିବାର ଦେଖିଛନ୍ତି କି ?
ମାନବିକତା ଏବଂ ପଶୁପ୍ରେମର ବଡ଼ ଉଦାହରଣ ଦେଖିବାକୁ ମିଳିଛି ମଥୁରା ନଗରୀରେ । ମଥୁରାରେ ହାତୀଙ୍କୁ ଶୀତରୁ ରକ୍ଷା କରିବା ପାଇଁ ତିଆରି ହୋଇଛି ବଡ଼ ବଡ଼ ସ୍ବେଟର୍ ।
ହାତୀଙ୍କ ପାଇଁ ହାତରେ ସ୍ବେଟର ବୁଣୁଛନ୍ତି ଗାଁର ମହିଳା । ରଙ୍ଗବେରଙ୍ଗର ଉଲ୍ ରେ ତିଆରି ବଡ଼ ବଡ଼ ସ୍ବେଟରକୁ ନିଜ ହାତରେ ବୁଣି ପିନ୍ଧାଇ ଦେଉଛନ୍ତି ଗାଁର ମହିଳା ।
SOS Elephant Conservation and Care Centre ଚଲାଉଥିବା କାର୍ତ୍ତିକ କୁହନ୍ତି ଏ ସ୍ବେଟର ପ୍ରସ୍ତୁତ ପାଇଁ ମାସ ମାସ ଧରି ସମୟ ଲାଗେ । ଏହି ସେଣ୍ଟରରେ ପାଖାପାଖି ୨୦ ରୁ ଅଧିକ ହାତୀ ରେସ୍କ୍ୟୁ ହୋଇ ଆସିରହିଛନ୍ତି , ଯେଉଁମାନଙ୍କ ପାଇଁ ସ୍ବେଟର୍ ବୁଣାଯାଏ ।
କାର୍ତ୍ତିକ ଆଗକୁ ମଧ୍ୟ ଅନେକ ହାତୀଙ୍କୁ ରେସ୍କ୍ୟୁ କରି ଏହି ସେଣ୍ଟରକୁ ଆଣିବାକୁ ଯୋଜନା ରଖିଛନ୍ତି ।