ଏହି ମନ୍ଦିରରେ ଅସରପାଙ୍କୁ ଲାଗି ହୁଏ ଭୋଗ
Photo Credit : Kanak News
ଚାରିଧାମ ଯାତ୍ରା ମଧ୍ୟରୁ ଅନ୍ୟତମ ବଦ୍ରିନାଥ ଧାମ । ଦେବଭୂମି ଉତ୍ତରାଖଣ୍ଡରେ ସ୍ଥିତ ପ୍ରଭୁ ନାରାୟଣଙ୍କ ଏହି ପ୍ରାଚୀନ ମନ୍ଦିର । ଏହି ଧାମକୁ ନେଇ ଅନେକ ମାନ୍ୟତା ଓ ପରମ୍ପରା ରହିଛି ।
Photo Credit : google
ରୋଚକ କଥା ହେଉଛି ବଦ୍ରିନାଥ ଧାମରେ ପ୍ରଭୁଙ୍କୁ ଭୋଗ ଲାଗି କରାଯିବା ପୂର୍ବରୁ ଅସରପାଙ୍କୁ ଭୋଗ ଲାଗି କରାଯାଏ ।
Photo Credit : google
ପ୍ରତିଦିନ ପ୍ରଭୁ ବଦ୍ରିନାଥଙ୍କୁ ରାଜଭୋଗ ଲାଗି କରାଯାଏ । କିନ୍ତୁ ଏହା ପୂର୍ବରୁ ଅସରପାଙ୍କୁ ଭୋଗ ଲାଗି କରାଯାଏ ।
Photo Credit : google
କୁହାଯାଏ , ବଦ୍ରିନାଥ ରାଜଭୋଗ ଗ୍ରହଣ କରିବା ପୂର୍ବରୁ କୀଟପତଙ୍ଗ , ଗୋମାତାଙ୍କୁ ତୃପ୍ତ କରାଯାଏ । ଏଠାରେ ପ୍ରତିଦିନ ଦ୍ବିପ୍ରହରରେ ଅସରପାଙ୍କୁ ଅନ୍ନ ଭୋଗ ଲାଗି କରାଯିବାର ପରମ୍ପରା ରହିଛି ।
Photo Credit : google
ଅସରପାଙ୍କୁ ଲାଗି କରାଯାଉଥିବା ଭୋଗକୁ ତପ୍ତକୁଣ୍ଡ ନିକଟବର୍ତ୍ତୀ ଗରୁଡ଼ କୁଟିରେ ରଖାଯାଏ । ଅସରପାଙ୍କୁ ଭୋଗ ଲାଗିବା ପରେ ହିଁ ପ୍ରଭୁ ନାରାୟଣଙ୍କୁ ଭୋଗ ଲାଗେ ।
Photo Credit : google
ଅସରପାଙ୍କ ସମେତ ଗାଈ ଏବଂ ପକ୍ଷୀଙ୍କୁ ମଧ୍ୟ ଏଠାରେ ଭୋଗ ଲଗାଯାଏ । ଏହି ପରମ୍ପରାର ଆରମ୍ଭ ଅଷ୍ଟମ ଶତାବ୍ଦୀରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ କରିଥିବା କଥା କୁହାଯାଏ ।
Photo Credit : google