ସେଦିନର ସୁନ୍ଦରୀ ଏବେ ସନ୍ନ୍ୟାସିନୀ

ଦିନେ ବଲିଉଡ ଦୁନିଆ ଅକାଶରେ ଚମକୁଥିଲେ ଏବେ କିନ୍ତୁ ସନ୍ନ୍ୟାସ ଜୀବନ ବିତାଉଛନ୍ତି। ସନ୍ନ୍ୟାସ ଜୀବନ ଭାରୀ କଷ୍ଟ ହେଲେ ହେଲେ ଜୀବନରେ ଏପରି ମୋଡ ଆସେ ଯେତେବେଳେ ସବୁ ସଫଳତାକୁ ଛାଡି ବହୁ ଉର୍ଦ୍ଧ୍ବକୁ ଚାଲିଯିବାକୁ ଇଚ୍ଛା ହୁଏ ତା’ ପୁଣି ସନ୍ନ୍ୟାସ ଜୀବନ ପାଇଁ ମନ ବଳେ।

Photo Credit : କନକ ନ୍ୟୁଜ

ସନ୍ନ୍ୟାସୀ ଜୀବନରେ ମମତା କୁଲକର୍ଣ୍ଣି

ବଲିଉଡର ଏଭଳି କିଛି ନାମକରା ଅଭିନେତ୍ରୀ ଯିଏ ଏବେ ବଞ୍ଚୁଛନ୍ତି ସନ୍ନ୍ୟାସ ଜୀବନ । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଅନେକ ସଫଳ ଫିଲ୍ମରେ ଆକ୍ଟିଂ କରିଛନ୍ତି । ହେଲେ କାରିଅର ଶୀର୍ଷରେ ପହଞ୍ଚିବାବେଳେକୁ ହଠାତ୍ ଏଥିରୁ ଦୂରେଇଗଲେ । ଅନେକ ଦିନ ପରେ ତାଙ୍କୁ ସାଧ୍ବୀ ବେଶରେ ଦେଖିବାକୁ ମିଳିଲା । ସେ ୧୨ ବର୍ଷ ଯାଏଁ ତପସ୍ୟା ମଧ୍ୟ କରିଥିବା କୁହାଯାଏ।

Photo Credit : କନକ ନ୍ୟଜ୍

ବୌଦ୍ଧ ସନ୍ନ୍ୟାସିନୀ ହେଲେ ବରଖା

ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ବରଖା ମଦାନ। ରାମ ଗୋପାଲ ବର୍ମାଙ୍କ ମୁଭି ଭୂତରେ ତାଙ୍କୁ ନୋଟିସ କରିଥିବେ । କିନ୍ତୁ ୨୦୧୨ ନଭେମ୍ବରରେ ସେ ସବୁକିଛି ଛାଡି ବୁଦ୍ଧ ଧର୍ମ ଗ୍ରହଣ କରି ସନ୍ନ୍ୟାସୀନି ହୋଇଗଲେ।

Photo Credit : KanakNews

ମଡେଲିଂ ଦୁନିଆରୁ ସନ୍ନ୍ୟାସ ଜୀବନ

ଇସିକା ତନେଜା , ଗ୍ଲାମର ଓ ମଡେଲିଙ୍ଗ ଦୁନିଆର ଜଣାଶୁଣା ଚେହେରା । ଗିନିଜ ବୁକ ଅଫ୍ ରେକର୍ଡ୍ସରେ ବି ତାଙ୍କ ନାଁ ରହିଛି । ଏତେ ସଫଳତା ପରେ ବି ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଲେ ଇସିକା।

Photo Credit : kanakNews

ସବୁ ଛାଡି ସନ୍ନ୍ୟାସ ନେଲେ ନୀତା

ନୀତା ମେହେତା : ବଲଏିଉଡରେ ଅନେକ ଫିଲ୍ମରେ ଅଭିନୟ କରି ନିଜ ଆକ୍ଟିଂର ଛାପ ଛାଡିଛନ୍ତି ନୀତା। ଅନେକ ଲୋକପ୍ରିୟତା. ପରେ ବି ଘର , କ୍ୟାରିୟର ସବୁ ଛାଡି ସନ୍ନ୍ୟାସ ନେବାକୁ ସ୍ଥିର କଲେ ନୀତା ।

Photo Credit : KanakNews

୨୭ ବର୍ଷରେ ସନ୍ନ୍ୟାସ

ଏଭଳି ଆଉଜଣେ ଅଭିନେତ୍ରୀ ହେଉଛନ୍ତି ନୁପୁର ଅଳଙ୍କାର । ଅନେକ ଟେଲି ସିରିଏଲ ଓ ମୁଭି କରି ଲୋକପ୍ରିୟତା ହାସଲ କରିବା ପରେ ମାତ୍ର ୨୭ ବର୍ଷରେ ଏସବୁରୁ ଦୂରେଇ ଗଲେ ଆଉ ସନ୍ନ୍ୟାସର ବାଟ ବାଛିଲେ।

Photo Credit : କନକ ନ୍ୟୁଜ