ସୌରମଣ୍ଡଳ ବାହାରେ ମିଳିଲା ସବୁଠୁ ଛୋଟ ଗ୍ରହ । ପୃଥିବୀଠାରୁ ଦୂରତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମହାକାଶକୁ ନେଇ ଏମିତି ଅନେକ କଥା ଅଛି, ଯାହା ଆଜି ବି ସାଧାରଣ ମଣିଷ ପକ୍ଷେ ଜାଣିବା ସମ୍ଭବ ନୁହେଁ । ମହାକାଶ ଯେମିତି ଅନନ୍ତ ଆଉ ବିଶାଳ, ତାକୁ ନେଇ ରହିଥିବା ତଥ୍ୟ ମଧ୍ୟ ସେତିକି ରହସ୍ୟପୂର୍ଣ୍ଣ ।

ଆଜି ବି ଅନେକ ସମୟରେ ମହାକାଶ ସମ୍ପର୍କିତ ଏମିତି କିଛି କଥା ସାମ୍ନାକୁ ଆସେ, ଯାହା ଆମେ ପୂର୍ବରୁ କେବେ ବି ଜାଣିନଥିବା କି, ଦେଖିନଥିବା । ତେବେ ଏବେ ମହାକାଶକୁ ନେଇ ଏମିତି ଗୋଟିଏ ଖବର ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆମେ ସମସ୍ତେ ଜାଣିଛେ, ଆମ ପୃଥିବୀ ସୌରମଣ୍ଡଳ ଭିତରେ ଅଛି । ଯେଉଁଠି କି ପୃଥିବୀ ସହ ଅନ୍ୟ ସବୁ ଗ୍ରହମାନେ ମଧ୍ୟ ସୂର୍ଯ୍ୟଙ୍କର ପରିକ୍ରମା କରିଥାନ୍ତି । ହେଲେ ସୌରମଣ୍ଡଳ ବାହାରେ ଏବେ ବୈଜ୍ଞାନିକମାନେ ଠାବ କରିଛନ୍ତି ଗୋଟିଏ ବେବି ପ୍ଲାନେଟ୍ ଅର୍ଥାତ ଶିଶୁ ଗ୍ରହ । ଯାହାକି ପୃଥିବୀ ଠାରୁ ଏତେ ଦୂରରେ ଅଛି ଯେ, ତାର ଦୂରତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଜ୍ୟୋତିର୍ବିଜ୍ଞାନୀମାନେ ଟ୍ରାନଜିଟ୍ ପଦ୍ଧତିରେ ଏହି ସବୁଠୁ କମ ବୟସର ଗ୍ରହକୁ ଠାବ କରିଛନ୍ତି। ବୈଜ୍ଞାନିକମାନେ ଏହି ଗ୍ରହର ନାଁ ଦେଇଛନ୍ତି (ଆଇଆର୍‌ଏଏସ୍‌ ୦୪୧୨୫+୨୯୦୨ବି) । ମିଳିଥିବା ସୂଚନା ମୁତାବକ, ଏହି ଶିଶୁ ଗ୍ରହର ବୟସ ୩ ନିୟୁତ ବର୍ଷ ଅଟେ । ଆଉ ଏହି ଗ୍ରହଟି ପୃଥିବୀଠାରୁ ୪୩୦ ଆଲୋକବର୍ଷ ଦୂରରେ ରହିଛି । ଯାହାକୁ କଳନା କରିବା ବୋଧହୁଏ ଜଣେ ସାଧାରଣ ଲୋକ ପକ୍ଷରେ ଅସମ୍ଭବ କହିବା ଚଳେ ।

ଚାପେଲ ହିଲ୍‌ ସ୍ଥିତ ୟୁନିଭର୍ସିଟି ଅଫ୍ ନର୍ଥ କରୋଲିନାର ମ୍ୟାଡିସନ୍ ଜି ବାର୍ବରଙ୍କ ନେତୃତ୍ୱରେ ତଥା ନେଚରରେ ଏହି ଗ୍ରହ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି । ତେବେ ଏଭଳି ଏକ ଛୋଟ ଗ୍ରହକୁ ଠାବ କରିବା ଅତ୍ୟନ୍ତ ବିରଳ ବୋଲି କୁହାଯାଉଛି । କାରଣ ସେମାନେ ପ୍ରାୟତଃ ସେମାନଙ୍କ ନକ୍ଷତ୍ର ଚାରିପାଖରେ ଘୂରି ବୁଲୁଥିବା ଆବର୍ଜନା ଡିସ୍କ ଦ୍ୱାରା ଲୁଚି ରହିଥାନ୍ତି।

ତେବେ ଏହି ଗ୍ରହ ନିଜର ନିଆରା ପରିସ୍ଥିତି ପାଇଁ ଏକ ବିରଳ ଝଲକ ପ୍ରଦାନ କରିଛି। ଗ୍ରହର ବାହ୍ୟ ଆବର୍ଜନା ଡିସ୍କ ବିକୃତ ବା ବଙ୍କା ହେବା ଫଳରେ ନାସାର ଟ୍ରାନଜିଟିଂ ଏକ୍ସୋପ୍ଲେନେଟ୍ ସର୍ଭେ ସାଟେଲାଇଟ୍ (ଟେସ୍) ଏହାକୁ ନିରୀକ୍ଷଣ କରିବାର ସୁଯୋଗ ପାଇଥିଲା।

ସୌରମଣ୍ଡଳ ବାହାରେ ଆବିଷ୍କୃତ ହେଇଥିବା ଏହି ବେବି ପ୍ଲାନେଟର ଆକାର ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ । ମିଳିଥିବା ସୂଚନା ମୁତାବକ, ଏହି ଶିଶୁ ଗ୍ରହଟି ବୃହସ୍ପତିର ବସ୍ତୁତ୍ୱର ଏକ ତୃତୀୟାଂଶରୁ କମ୍ । ଅନ୍ୟପଟେ ଏହାର ଆକାର ବୃହସ୍ପତି ସହ ସମାନ । ତେବେ ଏହା ଏକ କମ୍ ଘନତା ବିଶିଷ୍ଟ ଗ୍ରହ ଯାହାର ଏକ ଫୁଲୁକା ବାୟୁମଣ୍ଡଳ ଅଛି ବୋଲି ସୂଚନା ମିଳିଛି ।