ଯୁଆଡ଼େ ଯିବ ଖାଲି ସୁନା ! ଦୁବାଇର ମହଙ୍ଗା ହୋଟେଲ୍ , ଗୋଟିଏ ରାତିର ଭଡ଼ା ଶୁଣିଲେ ଉଡ଼ିବ ହୋସ୍
Photo Credit : google
ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ସୁଉଚ୍ଚ ହୋଟେଲ୍ ପାଇଁ ପ୍ରସିଦ୍ଧ ଦୁବାଇ । ହେଲେ ଦୁବାଇରେ ଅଛି ଏମିତି ଏକ ମହଙ୍ଗା ହୋଟେଲ୍ । ଗୋଟିଏ ରାତି ପାଇଁ ଭଡ଼ା ହେଉଛି ୧୦ ଲକ୍ଷ ।
Photo Credit : google
ଏହି ହୋଟେଲକୁ ଦୁନିଆର ୧୦ ଷ୍ଟାର୍ ହୋଟେଲ୍ ବୋଲି କୁହାଯାଏ । ଯେଉଁଠି ରହିବା କେଉଁ ସ୍ବପ୍ନଠାରୁ କିଛି କମ୍ ନୁହେଁ । ଅରବପତି , ବିଜନେସ୍ ଟାଇକୋନ୍ ଏବଂ ସମ୍ଭ୍ରାନ୍ତଶ୍ରେଣୀର ଲୋକଙ୍କ ପ୍ରଥମ ପସନ୍ଦ ଏହି ହୋଟେଲ୍ ।
Photo Credit : google
ଏହି ହୋଟେଲର ଭିତରର ଦୃଶ୍ୟ କେଉଁ ପରିଲୋକଠୁ କିଛି କମ୍ ନୁହଁ । ହୋଟେଲର ଖମ୍ଭରୁ ଆରମ୍ଭ କରି କବାଟର ହ୍ୟାଣ୍ଡେଲ୍ ପର୍ୟ୍ୟନ୍ତ ସବୁ ଉପରେ ସୁନାର ପରସ୍ତ ଚଢା ହୋଇରହିଛି । ଏମିତିକି ବାଥରୁମରେ ମଧ୍ୟ ସୁନାର ଅତି ସୁନ୍ଦର କାମ ହୋଇଛି । ଯାହାଦ୍ବାରା ଅତିଥିଙ୍କୁ ରାଜକୀୟ ଅନୁଭବର ଅନୁଭୂତି ମିଳିପାରିବ ।
Photo Credit : google
ଏହି ହୋଟେଲର ନାଁ ହେଉଛି ବୁର୍ଜ ଅଲ୍ ଅରବ୍ । ଯାହା ଦୁବାଇର ଜୁମେରାହ ସମୁଦ୍ର କୂଳରେ ଅବସ୍ଥିତ । ହୋଟେଲର ଚାରିପଟେ ସମୁଦ୍ରର ସଫାପାଣି ଦେଖିବାକୁ ମିଳେ । କହିବାକୁ ଗଲେ କୃତ୍ରିମ ଦ୍ବୀପ ଉପରେ ରହିଛି ଏହି ହୋଟେଲ୍ । ହୋଟେଲର ଜବରଦସ୍ତ ଲୋକେସନ୍ ଆଉ ସୁନ୍ଦର ଡିଜାଇନ୍ ଏହାକୁ ଦୁନିଆର ସବୁଠୁ ଆଇକନିକ୍ ହୋଟେଲରେ ସାମିଲ୍ କରିଛି ।
Photo Credit : google
ହୋଟେଲର ଖାଦ୍ୟ ହେଉ କି ଇଣ୍ଟିରିୟର୍ ପ୍ରତିଟି କାମରେ ସୁନାର ପରସ୍ତ ଥିବା ଦେଖିବାକୁ ପାଇବେ । ହୋଟେଲରେ ୧୭୯୦ ସ୍କୋୟାର୍ ମିଟରର ୨୪ କେରେଟ୍ ସୁନାର ଲିଫ୍ଟ ଲାଗିଛି । ଯାହା ଏହାକୁ ରାଜକୀୟ ଅନ୍ଦାଜ ଦେଉଛି । ଏହାର ବିଳାସପୂର୍ଣ୍ଣ ଡିସ୍ ରେ ସୁନାର ପରସ୍ତ ଚଢାଯାଇଛି ।
Photo Credit : google
ବୁର୍ଜ ଅଲ୍ ଅରବ୍ ୨୦୦୮ ରେ ଦୁନିଆର ସବୁଠୁ ମହଙ୍ଗା କକଟେଲ୍ ପ୍ରସ୍ତୁତ କରିବା ପାଇଁ ଗିନିଜ୍ ୱର୍ଲ୍ଡ ରେକର୍ଡରେ ନାଁ ଭାଙ୍ଗିଲା । ଏହି କକଟେଲର ଦାମ୍ ଭାରତୀୟ ମୁଦ୍ରା ହିସାବରେ ୭ ଲକ୍ଷ ଟଙ୍କା ।
Photo Credit : google
ଏହି ହୋଟେଲର ଡିଜାଇନ୍ ପ୍ରସିଦ୍ଧ ଆର୍କିଟେକ୍ଚର ଫର୍ମ ଏଟକିନ୍ସଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ଟର୍ମ ରାଇଟଙ୍କ ନେତୃତ୍ବରେ ହୋଟେଲ ପ୍ରସ୍ତୁତ କରାଯାଇଥିଲା । ହୋଟେଲର ଡିଜାଇନକୁ ଜାହାଜର ପାଲ ଭଳି ତିଆରି କରାଯାଇଛି ।
Photo Credit : google
{{ primary_category.name }}
{{title}}
By {{ contributors.0.name }}
ଏବଂ {{ contributors.1.name }}
Read Next