ବାର୍ଦ୍ଧକ୍ୟବସ୍ଥାରେ ଆଣ୍ଠୁଗଣ୍ଠି ବିନ୍ଧାରୁ କେମିତି ପାଇବେ ମୁକ୍ତି ?

Photo Credit : Kanak News

ବୟସ ବଢିବା ସହ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ । ହେଲ୍ଥ ଏକ୍ସପର୍ଟଙ୍କ କହିବାନୁସାରେ , ଶରୀରରେ କ୍ୟାଲସିୟମର ଅଭାବ , ଅତ୍ୟଧିକ ମଦ୍ୟପାନ , ଧୂମପାନ ସହ ସନ୍ତୁଳିତ ଆହାର ନ ଖାଇବା ଏବଂ ନିୟମିତ ବ୍ୟାୟାମ , ଯୋଗାଭ୍ୟାସ ନ କଲେ ଶରୀରରେ ଏଭଳି ହାଡ଼ ସମସ୍ୟା ଜନ୍ମ ନେଇଥାଏ ।

Photo Credit : google

ବାର୍ଦ୍ଧକ୍ୟବସ୍ଥାରେ ନିରୋଗ ରହିବାର ପ୍ରଥମ ପାହାଚ ଧୂମପାନ ନ କରିବା । ଧୂମପାନ ଶରୀର ପାଇଁ ହାନିକାରକ ଏହା ଆମେ ସିଗାରେଟ୍ କଭରରୁ ହିଁ ପଢିନେଉ କିନ୍ତୁ କେତେ ଜଣ ଏହାକୁ ଗମ୍ଭୀରତାର ସହ ନେଉଛନ୍ତି ତାହା କହିବାଟା କଷ୍ଟ । ବାର୍ଦ୍ଧକ୍ୟବସ୍ଥାରେ ଶରୀର ପାଇଁ ସଇତାନର କାମ କରେ ଧୂମପାନ । ଏହାଦ୍ବାରା ଶରୀରରେ ଥିବା ଆବଶ୍ୟକୀୟ ପୋଷକ ତତ୍ତ୍ବ କମିଯାଏ ଏବଂ ଆଣ୍ଠୁଗଣ୍ଠି ବିନ୍ଧା ହୁଏ ।

Photo Credit : google

୪୫ ବର୍ଷ ପାର୍ ହୋଇଗଲେ କିଛି ସମୟ ଅନ୍ତରରେ ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥା’ନ୍ତି । ମହିଳାଙ୍କୁ ବୋନ୍ ମିନେରାଲ୍ ଡେନସିଟି ଟେଷ୍ଟ୍ କରାଇବାକୁ ମଧ୍ୟ କୁହାଯାଏ । ଖାସ୍ କରି ମାସିକ ଋତୁସ୍ରାବର ସମ୍ମୁଖୀନ ହେଉଥିବା ମହିଳାଙ୍କୁ ଏହି ଟେଷ୍ଟ୍ କରାଇବା ନିହାତି ଜରୁରୀ । ଏହି ସମୟରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ । ମହିଳାମାନେ ଡାଏଟରେ କ୍ୟାଲସିୟମ୍ ଥିବା ଖାଦ୍ୟ ସାମିଲ୍ କରନ୍ତୁ ।

Photo Credit : google

ସୁସ୍ଥ ଏବଂ ନିରୋଗ ଶରୀର ପାଇଁ ବ୍ୟାୟାମକୁ କରନ୍ତୁ ବନ୍ଧୁ । ବ୍ୟାୟାମ ଦ୍ବାରା ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ମଧ୍ୟ ରହେନାହିଁ । ଫିଟନେସ୍ ଏକ୍ସପର୍ଟଙ୍କ କହିବାନୁସାରେ , ବୟସ୍କ ବ୍ୟକ୍ତିବିଶେଷଙ୍କୁ ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ ଅଭ୍ୟାସ କରିବା ନିତାନ୍ତ ଆବଶ୍ୟକ । ଏଥିରେ ମାଂସପେଶୀ ମଜବୁତ ରହିଥାଏ ଏବଂ ଓଜନ ମଧ୍ୟ କଣ୍ଟ୍ରୋଲରେ ରୁହେ ।

Photo Credit : google

ପ୍ରତିଦିନ ଖାଦ୍ୟରେ ସନ୍ତୁଳିତ ଆହାର ସାମିଲ୍ କରନ୍ତୁ ଏଥିପାଇଁ ଡାଏଟରେ ଫଳ , ତଟକା ପରିବା , ଡାଲି ଏବଂ ଡ୍ରାଏଫ୍ରୁଟ୍ ସାମିଲ୍ କରନ୍ତୁ । ଏଥିରେ କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ । ଯାହାଦ୍ବାରା ହାଡ଼ ଷ୍ଟ୍ରଙ୍ଗ୍ ହୋଇଥାଏ ।

Photo Credit : google

ଡାଏଟ୍ ଚାର୍ଟକୁ ଯଦି ମାନି ଚାଲିବେ ତା’ହେଲେ ୧୯ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରତିଦିନ ଡାଏଟରେ ୧୦୦୦ ମିଲିଗ୍ରାମ କ୍ୟାଲସିୟମ୍ ନେବା ଆବଶ୍ୟକ । ଏଥିପାଇଁ କ୍ଷୀର ଏବଂ ଦୁଗ୍ଧଜାତୀୟ ପଦାର୍ଥକୁ ମଧ୍ୟ ଖାଦ୍ୟରେ ସାମିଲ୍ କରିପାରିବେ ।

Photo Credit : google