ମହିଳା ଚରିତ୍ରରେ ଅଭିନୟ କରି ଚର୍ଚ୍ଚିତ ୫ ଅଭିନେତା

Photo Credit : KANAK NEWSS

ବଲିଉଡ୍ ଅଭିନେତା ଗୋବିନ୍ଦା ନିଜ ଅଭିନୟ ଏବଂ ଡ୍ୟାନ୍ସ ଷ୍ଟାଇଲରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ସିନେମା ‘ଆଣ୍ଟି ନମ୍ବର-୧’ ରେ ସେ ମହିଳା ଚରିତ୍ରରେ ନଜର ଆସି ଦର୍ଶକଙ୍କୁ ଖୁବ୍ ହସାଇବା ସହ ଚର୍ଚ୍ଚା ମଧ୍ୟ ସାଉଁଟିଥିଲେ ।

Photo Credit : google

ନିଜ ଜୀବନ୍ତ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ମହିଳା ଚରିତ୍ରରେ ନଜର ଆସିଛନ୍ତି । ସିନେମା ‘ଡ୍ରିମ୍ ଗାର୍ଲ’ ରେ ଅଭିନେତା ଆୟୁଷ୍ମାନ ଖୁରାନା ପୂଜା ଚରିତ୍ରରେ ନଜର ଆସିଥିଲେ ଏବଂ ଦର୍ଶକଙ୍କୁ ଖୁବ୍ ହସାଇଥିଲେ ।

Photo Credit : google

ବଲିଉଡର ନୱାବ୍ କୁହାଯାଉଥିବା ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଯୁବତୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଛନ୍ତି । ଫିଲ୍ମ ‘ହମସକଲ୍’ ରେ ଏଭଳି ଗେଟଅପରେ ସେ ନଜର ଆସିଥିଲେ ।

Photo Credit : google

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଅବା କିଏ ନ ଜାଣେ । ଅମିତାଭ୍ ମଧ୍ୟ ସିନେମାରେ ମହିଳା ବେଶରେ ନଜର ଆସିଛନ୍ତି । ଫିଲ୍ମ ‘ଲାୱାରିସ୍’ ରେ ବିଗ୍ ବି ମଧ୍ୟ ମହିଳା ବେଶରେ ସଜେଇ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

Photo Credit : google

ବଲିଉଡ୍ ଅଭିନେତା ରିତେଶ୍ ଦେଶମୁଖ୍ ମଧ୍ୟ ଏକାଧିକ ଚଳଚ୍ଚିତ୍ରରେ ମହିଳା ବେଶରେ ନଜର ଆସି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ହମସକଲ୍ , ଅପନା ସପନା ମନି ମନି ଭଳି ଫିଲ୍ମରେ ସେ ମହିଳା ଚରିତ୍ରରେ ନଜର ଆସିଥିଲେ ।

Photo Credit : google