ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ! ୨୮ରୁ ବଢ଼ିବ ବର୍ଷାର ପରିମାଣ, ୪ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

984

କନକ ବ୍ୟୁରୋ: ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। ଫଳରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଖରାର ପ୍ରଭାବ ବଢ଼ିଛି। ୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ ଧୀରେଧୀରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକଙ୍କ କହିବାନୁସାରେ, ମୌସୁମୀ ଟ୍ରଫ୍ ଏବେ ଉତ୍ତର ଆଡ଼କୁ ଗତି କରୁଛି। ଫଳରେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। ଏହି ସମୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ ଏହା ଅତି ନଗଣ୍ୟ ରହିବ ତଥା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ୨୬ ତାରିଖ ଅପରାହ୍ନରୁ ୨୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ଏହାର ପରିମାଣ ବି ଖୁବ୍ ଅଳ୍ପ ରହିବ। ୨୮ ତାରିଖ ଦିନ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ବଢ଼ିପାରେ। ଭୁବନେଶ୍ବର ଓ କଟକ ସହରରେ ଆଜି ପାଗ ଆଂଶିକ ମେଘୁଆ ରହିପାରେ। ବର୍ଷାର ସମ୍ଭାବନା ବହୁତ କମ୍ ରହିବ।