ସିଝୁଛି ସାରା ଓଡ଼ିଶା । ୧୩ ସହରର ପାରଦ ଟପିଲା ୪୦ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ।

233

କନକ ବ୍ୟୁରୋ: ଗତ ୯ ତାରିଖରୁ କେରଳକୁ ମୌସୁମୀ ଛୁଇଁବା ପରେ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସତ୍ୱେ ମଧ୍ୟ ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୩ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁରରେ ପାରଦ ୪୫.୦ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୫ରୁ ୬ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ । ଚଳିତ ବର୍ଷ ବିଳମ୍ବରେ ରହିବା ଯୋଗୁଁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

ଅନ୍ୟପଟେ ହୀରାକୁଦ ୪୪.୪ ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ାରେ ୪୪.୪, ସୋନପୁର ୪୪.୦, ଟିଟିଲାଗଡ଼ରେ ୪୩.୪, ତାଳଚେରରେ ୪୨.୫, ବଲାଙ୍ଗୀରରେ, ୪୧.୮, ଅନୁଗୁଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୦, ଭବାନୀପାଟଣାରେ ୪୦.୬, ଭୁବନେଶ୍ୱରରେ ୪୦.୩, ମାଲକାନଗିରିରେ ୪୦.୨, ଏବଂ ଚାନ୍ଦବାଲିରେ ୪୦.୯ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।