ତିନି ଦିନ ଧରି ବର୍ଷିବ, ଲଘୁଚାପ ପ୍ରଭାବରେ ଭିଜିବ ଉପକୂଳର ୮ଟି ଜିଲ୍ଲା! କଣ କରିବେ ଚାଷୀ, ପ୍ରତିକାର ସହ ସର୍ତକ ରହିବାକୁ ପରାମର୍ଶ ଦେଲା କୃଷି ବିଭାଗ

201

କନକ ବ୍ୟୁରୋ : ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ ଏବଂ ଏହାର ପ୍ରଭାବରେ ଆସନ୍ତା ତିନି ଦିନ ଧରି ଭିଜିବ ଉପକୂଳ ଓଡିଶା । ଏପରି ପୂର୍ବାନୁମାନ କରିଛି ପାଣିପାଗ ଗବେଷଣା କେନ୍ଦ୍ର । ଆଜି ରାତିରୁ ବର୍ଷା ଆରମ୍ଭ ହୋଇ ଆସନ୍ତାକାଲି ୮ଟି ଉପକୂଳବର୍ତୀ ଜିଲ୍ଲାରେ ବର୍ଷା ହେବା ଆକଳନ କରାଯାଇଛି । ଏହି ବର୍ଷା ଫଳରେ ଧାନଚାଷ ଉପରେ ପ୍ରଭାବ ପଡିବା ସମ୍ଭାବନା ରହିଛି । ଏନେଇ ରିଲିଫ କମିଶନର, କୃଷି ବିଭାଗ ଓ ଓୟୁଏଟି ମଧ୍ୟରେ ଆଲୋଚନା କରାଯାଇଛି । ଏହା ସହ ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି ପାଣିପାଗ ବିଭାଗ ।

raINପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଗାମୀ ୪୮ ଘଂଟା ଭିତରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାରଠାରୁ ଦୁଇ ଦିନ ଧରି ଉପକୂଳ ଓଡିଶାରେ ବର୍ଷା ଲାଗି ରହିବା ସମ୍ଭାବନା ରହିଛି । ଆସନ୍ତାକାଲି ୮ଟି ଜିଲ୍ଲାରେ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ପୁରୀ ଓ ଗଞ୍ଜାମରେ ବର୍ଷା ହେବା ସମ୍ଭାବନା ରହିଛି । ୩୦ ତାରିଖରେ ବାଲେଶ୍ୱର ଓ ଭଦ୍ରକରେ ବର୍ଷା ହୋଇପାରେ ବୋଲି କହିଛି ଆଂଚଳିକ ପାଣିପାଗ ବିଭାଗ ।

RAINତିନି ଦିନର ଲଗାଣ ବର୍ଷା ପରେ ଚାଷକୁ ନେଇ କଣ ସ୍ଥିତି ହେବ, ସେନେଇ ସ୍ୱତନ୍ତ୍ର ରିଲିଫ କମିଶନ, କୃଷି ବିଭାଗ ଓ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ସମନ୍ୱୟ ରଖାଯାଇଛି । ପ୍ରବଳ ବର୍ଷା ହେବା ସମ୍ଭାବନା କମ ଥିବା ବେଳେ ପ୍ରତିକାର କରିବା ପାଇଁ କୃଷି ବିଭାଗ ତଥା ଓୟୁଏଟି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ବର୍ଷାରୁ ଫୁଲ ଧରୁଥିବା ଧାନଗଛକୁ ସୁରକ୍ଷା ଦେବା ପାଇଁ ଲୁଣ ପାଣି ସିଂଚନ କରନ୍ତୁ
ବର୍ଷା ପରେ ତାତି ବଢିଲେ ରୋଗପୋକ ଲାଗିବା ସମ୍ଭାବନା ରହିଛି
କୃଷି କର୍ମଚାରୀ ସହ ଯୋଗାଯୋଗ ରଖି କୀଟନାଶକ ପ୍ରସ୍ତୁତ ରଖନ୍ତୁ

ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନିଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ଲଘୁଚାପ ଜନିତ ବର୍ଷାର ସେଭଳି ବିଶେଷ କ୍ଷତି ହେବା ସମ୍ଭାବନା ନଥିବା ଆନୁମାନ କରୁଛନ୍ତି ରାଜ୍ୟ ସରକାର ।