ରାଜ୍ୟରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ଡିଏମଇଟିଙ୍କ ସୂଚନା : ଦ୍ରୁତଗତିରେ ବ୍ୟାପୁନି କରୋନା ସଂକ୍ରମଣ

216

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ ଡ଼ିଏମଇଟି ସିବିିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଆମ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ଚାଲିଛି । ରାଜ୍ୟରେ କରୋନା ପଜିଟିଭ ଡ଼ବଲିଂ ହେଉନି ଏବେ ଡ଼ାଉନ୍ ଟ୍ରେଣ୍ଡ ଦେଖାଉଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ରାଜ୍ୟ  ମାସକ ପୂର୍ବରୁ ପିକ୍ ନେଇଥିବାରୁ ସେଠି କମୁଛି ସଂକ୍ରମଣ । ସେହିପରି ମୃତ୍ୟୁ ସଂଖ୍ୟା ବଢିବାକୁ ନେଇ ସେ କହିଛନ୍ତି ୧୫ ଦିନ ଭିତରେ ଅନେକ ଲୋକ କ୍ରିଟିକାଲ ଥିଲେ ତେଣୁ ଏବେ ମୃତ୍ୟୁ ସଂଖ୍ୟା ବଢୁଛି । ସେହିପରି ବାରିପଦା କୋଭିଡ଼ ହସ୍ପିଟାଲ ଘଟଣାକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି ।