ବଢ଼ୁଛି ଜଳକା ନଦୀର ଜଳସ୍ତର : ଜମି ଉପରେ ଲହଡ଼ି ମାରୁଛି ବନ୍ୟା ଜଳ; ୧୩ଟି ପଞ୍ଚାୟତ ପ୍ରଭାବିତ

54

କନକ ବ୍ୟୁରୋ : ବଢ଼ୁଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବା ବେଳେ ପ୍ରବାହିତ ହେଉଛି ୬ ଦଶମିକ ୫୫ ମିଟର ଜଳସ୍ତର । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜଳ ଚାଷ ଜମି ଉପରେ ଲହଡ଼ି ମାରୁଛି । ବନ୍ୟା ପାଇଁ ୧୩ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ୫ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ମାଡ଼ି ଯାଇଛି ବନ୍ୟାପାଣି ।

ବସ୍ତା ବ୍ଲକର ଦୁଧହଂସା, ବାହାର୍ଦା, କୁଡିଆ, ବାସିତକୁରାଇ, ସଦାନନ୍ଦପୁର, ବରୁଣଗଡ଼ିଆ, ବ୍ରାହ୍ମୁଣାଦା ,ରାଉତପଫା, ଗଡ଼ପଡ଼ା, ଦରବା, ମୁକୁୁଳିସି ଓ ମଥାନୀ ପଞ୍ଚାୟତ ଏବଂ ସଦର ବ୍ଲକର ରଶଲପୁର, ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହୋଇଛି । ପଦୀର ଉପର ମୁଣ୍ଡରେ ଗତ ୨ ଦିନ ଧରି ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ମଧ୍ୟ ସଜାଗ ରହିଛନ୍ତି । ୧୩ ପଞ୍ଚାୟତର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଅଯାଇଛି ।