କମୁଛି ଜଳକା ନଦୀର ଜଳସ୍ତର : ହେଲେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟାଜଳ

ସେପଟେ ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍; ୧୨ଟି ଗେଟ୍ ଦେଇ ୨ ଲକ୍ଷ ୨୦ ହଜାର ୪୧୮ ଘନଫୁଟ ଜଳ ନିଷ୍କାସିତ

50

କନକ ବ୍ୟୁରୋ : କମୁଛି ଜଳକା ନଦୀର ଜଳସ୍ତର । ହେଲେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ମଥାନୀଠାରେ ଏବେ ବି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୬.୬୯ ମିଟର । ଗତକାଲି ଅପରାହ୍ଣରୁ ଜଳସ୍ତର ଲଗାତର ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ଜଳ ଘେରରେ ରହିଛନ୍ତି ବସ୍ତା ବ୍ଲକର ୧୦ଟି ଗାଁର ଲୋକେ ।

ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍ । ଏବେ ହୀରାକୁଦ ଡ୍ୟାମ୍ର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୮୩ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୦ ହଜାର ୪୧୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ୧୨ଟି ଗେଟ୍ ଦେଇ ୨ ଲକ୍ଷ ୨୦ ହଜାର ୪୧୮ ଘନଫୁଟ ।