ଶରୀର ପାଇଁ ଭୋଜନ ଅପେକ୍ଷା ଜଳ ଅଧିକ ମହତ୍ତ୍ୱପୂର୍ଣ୍ଣ

49

ଶରୀର ପାଇଁ ଭୋଜନ ଅପେକ୍ଷା ଜଳ ଅଧିକ ମହତ୍ତ୍ୱ ରଖେ । ପାଣି କମିଲେ, ଜୀବନ ସଂକଟଗ୍ରସ୍ତ ହୋଇପାରେ । ବିଭିନ୍ନ ପରିସ୍ଥିତିରେ ପିଆଯାଉଥିବା ପାଣି, ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପାଣିରେ ପ୍ରୟୋଗ କେଉଁ ପରି କରିବା, ଆସନ୍ତୁ ଜାଣିବା ।

୧ -ପ୍ରତିଦିନ ସକାଳେ ଖାଲି ପେଟର ପାଣି ପିଇଲେ, ପେଟର ବହୁ ସମସ୍ୟା ଦୂରହୁଏ । ପ୍ରଥମ ଗ୍ଲାସ୍ ପାଣିରେ ଏକ ଚାମଚ ମହୁ, ଏକ ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଦ୍ୱାରା ତ୍ୱଚାର ଚମକ ବଢେ । ମେଦହ୍ରାସ ହୁଏ ।

୨ -ଭୋଜନ ସମୟରେ ପାଣି ପିଇବା ଅନୁଚିତ । ଏହା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ ।

୩- ସର୍ବଦା ଆରାମରେ ବସି ପାଣି ପିଅନ୍ତୁ । ତରବର ହୋଇ, ଛିଡାହୋଇ ପାଣି ପିଅନ୍ତୁ ନାହିଁ । ଶୋଷ ଲାଗୁ ନ ଥିଲେ ପାଣି ପିଅନ୍ତୁ ନାହିଁ । ଶୋଷ ଲାଗିଲେ ଏବଂ ଖାଲି ପେଟ ଥିଲେ, ପିଅନ୍ତୁ ।

୪-ଗଣ୍ଠି ବା ସନ୍ଧି ପ୍ରଦାହ ହେଲେ ଗରମ ପାଣି ପିଅନ୍ତୁ । ଏହା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୁଏ ।

୫-ଶୀତଦିନେ ପାଣି ପିଇବା କମାନ୍ତୁ ନାହିଁ । ସର୍ଦ୍ଦି କାଟିବା ପାଇଁ ଅଧିକ ପାଣି ପିଇବା ଉଚିତ୍ । ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ, ଉପକାର ମିଳେ । ଅମ୍ଳ ଦୋଷ ଦୂର ପାଇଁ ମଧ୍ୟ ଉଷୁମ ପାଣି ଉପକାରୀ ।
୬ -ପେଟ କାଟୁଥିଲେ, ଚାହା ଶୋଷି ପିଇବା ଭଳି ପାଣି ପିଅନ୍ତୁ ।