ପାଣିରେ ପଡିଲା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା: ରେଶମ ସହରବାସୀଙ୍କ କାମରେ ଆସୁନି ୱାଟର ଏଟିଏମ୍ 

115

କନକ ବ୍ୟୁରୋ: କମ୍ ମୂଲ୍ୟରେ ବିଶୁଦ୍ଧ ଏବଂ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ପାଇଁ ୨୦୧୮ ରେ ବ୍ରହ୍ମପୁର ମହାନଗର ନିଗମରେ ବିଭିନ୍ନ ସ୍ଥାନରେ ୱାଟର ଏଟିଏମ ବସାଯାଇଥିଲା । ଲିଟର ପିଛା ୫ ଟଙ୍କା ଦେଇ ଲୋକେ ପାଣି ପାଇପାରୁଥିଲେ । ପରେ ଏହା ମାଗଣା କରାଯାଇଥିଲା । ଏଥିପାଇଁ ସରକାର ଏଟିଏମ୍ ପିଛା ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଉଦଘାଟନର ୬ ମାସ ମଧ୍ୟରେ ଏସବୁ ୱାଟର ଏଟିଏମ୍ ଅଚଳ ହୋଇପଡିଛି । ଫଳରେ ପ୍ରଚଣ୍ଡ ଖରାରେ ଲୋକେ ଏବେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।

ପାଣି ପାଉଚ୍ ବିକ୍ରି ବନ୍ଦ ହେବା ପରେ ବ୍ରହ୍ମପୁର ସହରର ରେଳ ଷ୍ଟେସନ, ପୁରୁଣା ବସଷ୍ଟାଣ୍ଡ ଏବଂ ଅର୍ଣ୍ଣପୂର୍ଣ୍ଣା ମାର୍କେଟରେ ତିନିଟି ୱାଟର ଏଟିଏମ ବସାଯାଇଥିଲା । ଏସବୁ ଏଟିଏମ୍ ଖରାପ ହୋଇପଡିଥିବା ବେଳେ କିଛି ଦିନ ହେବ ରେଳ ଷ୍ଟେସନରେ ଥିବା ଏଟିଏମକୁ ସଜଡା ଯାଇଛି । ବାକି ସ୍ଥାନରେ କେଉଁଠି ମଦ ବୋତଲ ପଡିଛି, ତ କେଉଁଠି  ତାଲା ଝୁଲୁଛି । କୋଭିଡ୍ ସମୟରେ ଏସବୁ ବନ୍ଦ ପଡିଥିବାରୁ ଖରାପ ହୋଇଯାଇଥିବା କହିଛନ୍ତି ବିଏମସିର ନୂଆ ମେୟର । ଖୁବ୍ଶିଘ୍ର ଏସବୁ ମରାମତି କରାଯିବ ବୋଲି ସେ କହିଛନ୍ତିି ।

ସହରକୁ ପଲିଥିନ୍ ମୁକ୍ତ କରିବା ପାଇଁ ପାଉଚ୍ ପାଣି ବିକ୍ରି ବନ୍ଦ ହୋଇଯାଇଥିବା  ଏବେ ଗରିବ ଲୋକଟି ଏକ ଲିଟର ବିଶୁଦ୍ଧ ପାଣି ପାଇଁ ୨୦ ଟଙ୍କା ଦେବାକୁ କୁଣ୍ଠାବୋଧ ପ୍ରକାଶ କରୁଛି ।