ବାଙ୍କି ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଅନଶନ ! ବିଜୟୀ ପ୍ରାର୍ଥୀଙ୍କ ତାଲିକାରୁ ନାଁ କଟା ଯାଇଥିବା ଅଭିଯୋଗ

39

କନକ ବ୍ୟୁରୋ : ବାଙ୍କି ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଓ ଆତ୍ମାହୂତି ଧମକ । ଏହି ଧମକ ଦେଇଛନ୍ତି ପୁଇଂଚା ପଂଚାୟତର ୨୦ନମ୍ବର ୱାର୍ଡର ୱାର୍ଡମେମ୍ବର ଓ ତାଙ୍କ ସମର୍ଥକ । ୱାର୍ଡମେମ୍ବର ପ୍ରାର୍ଥୀ ବିପିନ ନାୟକଙ୍କ କହିବା ଅନୁଯାୟୀ ନିର୍ବାଚନ ଦିନ ସେ ବିଜୟୀ ହୋଇଥିଲେ । ବିଧିବଧଭାବେ ତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଡମ୍ବରୁଧର ଖଟୁଆଙ୍କୁ ହରାଇ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା ।

ମାତ୍ର ପରେ ବିଜୟୀ ପ୍ରାର୍ଥୀଙ୍କ ତାଲିକାରୁ ତାଙ୍କ ନାଁକୁ କଟାଯାଇ ପରାଜିତ ଡମ୍ବରୁଙ୍କ ନାଁ ରଖା ଯାଇଥିଲା । ଏହାକୁ ନେଇ ବିପିନ ଓ ତାଙ୍କର ସମର୍ଥକମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ବିଡିଓ ସେମାନଙ୍କ କଥା ଶୁଣିନଥିବା ଅଭିଯୋଗ କରିଛନ୍ତି ବିପିନ । ତେଣୁ ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଅନଶନ କରିବା ସହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-