କନକ ବ୍ୟୁରୋ : ୟୁକ୍ରେନ୍-ରୁଷ ଯୁଦ୍ଧ ଭିତରେ ପୁଟିନଙ୍କ ପାଇଁ ବଡ଼ ସଙ୍କଟ । ଘରୋଇ ସେନା ୱାଗନର ଗ୍ରୁପର ବିଦ୍ରୋହ । ମସ୍କୋକୁ କବଜା କରିବାକୁ ଗ୍ରୁପ୍ ମୁଖ୍ୟ ୱେବଗେନି ପ୍ରିଗୋଝିନଙ୍କ ଘୋଷଣା କରିଛନ୍ତି । ଗ୍ରୁପ୍ ମୁଖ୍ୟ ୱେବଗେନି ପ୍ରିଗୋଝିନ୍ ନିଜେ ସାମ୍ନାକୁ ଆସିଛନ୍ତି । ରୋସ୍ତଭର ସମସ୍ତ ସାମରିକ କାର୍ଯ୍ୟାଳୟ ତାଙ୍କ କବଜାରେ ଥିବା ସେ ଦାବି କରିଛନ୍ତି । ଏବେ ମସ୍କୋରେ ହାଇ ଆଲର୍ଟ ଜାରି କରାଯାଇଛି । ରୁଷର ପ୍ରତିରକ୍ଷା ମନ୍ତ୍ରାଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

Advertisment

ରୁଷ ସେନାର ଦୁଇଟି ହେଲିକପ୍ଟର ୱାଗନର ଗ୍ରୁପ୍ ମାରି ଖସାଇ ଦେଇଥିବା ଜଣାପଡ଼ିଛି । ୱାଗନର ଗ୍ରୁପ୍ ପାଖରେ ୨୫ ହଜାର ଯୁଦ୍ଧ ବିମାନ ଥିବା ଦାବି କରିଛି । ଏକ ଭିଡିଓ ଜାରି କରି ଗ୍ରୁପ୍ ମୁଖ୍ୟ ୱେବଗେନି ପ୍ରିଗୋଝିନ୍ କହିଛନ୍ତି, ରୁଷୀୟ ସେନା ତାଙ୍କ ଗ୍ରୁପ୍ର ୨ ହଜାର ଯୋଦ୍ଧାଙ୍କୁ ହତ୍ୟା କରିଛି । ସେ ଏହାର ପ୍ରତିଶୋଧ ନେବେ । ରୁଷୀୟ ସେନା ତାଙ୍କ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ ତାଙ୍କର ଅନେକ ଯୋଦ୍ଧା ଓ ସହଯୋଗୀଙ୍କର ମୃତ୍ୟୁ ହୋଇଛି । ଗତ କିଛି ମାସ ହେବ ମସ୍କୋର ସାମରିକ ନେତୃତ୍ୱ ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଯାଇଛି । ଏବେ ଉଭୟ ସେନା ଯୁଦ୍ଧ ଭୁମିରେ ଭେଟିବେ ବୋଲି କହିଛନ୍ତି ।

ୱାଗନର ଗ୍ରୁପ୍ କ’ଣ ?

- ଭଡ଼ାରେ ସୈନିକ ଯୋଗାଉଥିବା ଏକ ନେଟ୍ୱର୍କ
- ଗ୍ରାଉଣ୍ଡ ଜିରୋରେ ଗୁପ୍ତ ଭାବେ କାମ କରିଥାଏ
- ନୃଶଂସକାଣ୍ଡ ପାଇଁ ସାରା ବିଶ୍ୱରେ ଗ୍ରୁପ୍ ବଦନାମ ହୋଇଛି
- କେଉଁଠି ବି ଗ୍ରୁପ୍ ସଂପର୍କରେ କୌଣସି ରେକର୍ଡ ନାହିଁ
- ଗ୍ରୁପର ସୈନିକଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଏ
- ଅନେକ ସୈନିକଙ୍କ ରୁଷ ସେନାରେ କାମ କରିବାର ଅଭିଜ୍ଞତା ରହିଛି
- ୨୦୧୪ରେ କ୍ରିମିୟା ଯୁଦ୍ଧରେ ପ୍ରଥମ ଥର ଗ୍ରୁପର ନାଁ ସାମ୍ନାକୁ ଆସିଥିଲା
- କ୍ରିମିୟା ଅକ୍ତିଆର କରିବା ପାଇଁ ରୁଷକୁ ସହଯୋଗ କରିଥିଲା